ପ୍ରବାସୀ ଭାରତୀୟ ପରିଷଦ ପକ୍ଷରୁ କୁଏତରେ ସଂଗୀତ ସମାରୋହ କାର୍ଯ୍ୟକ୍ରମ: ଏରିଆ ସଭାପତି ବିଶ୍ୱରଞ୍ଜନ ସମ୍ବର୍ଦ୍ଧିତ

ଦେଖନ୍ତୁ କୁଏତରୁ ମନଛୁଆଁ କାର୍ଯ୍ୟକ୍ରମର ବିରଳ ଭିଡିଓ …

କୁଏତ(ଏଜେନ୍ସି): ପ୍ରବାସୀ ଭାରତୀୟ ପରିଷଦ ପକ୍ଷରୁ ଏକ ମନୋଜ୍ଞ ପରିବେଶ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଏତର ଆବୁ ହଲିଫାର ଦୁମ ହଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତୀୟମାନଙ୍କ ସହୃଦୟତା, ସରଳତା, ପରୋପକାରୀ ଭଳି ସଂସ୍କାରକୁ ନେଇ ବିଶ୍ୱଗୁରୁର ଆଖ୍ୟା ଅର୍ଜନ କରିଥିବା ମତପ୍ରକାଶ ପାଇଥିଲା । ବିଶେଷ କରି ପ୍ରତ୍ୟେକ ଭାରତୀୟଙ୍କ ଉକ୍ତୃଷ୍ଟ ମନୋଭାବ ଯୋଗୁଁ ସାରା ବିଶ୍ୱକୁ ଭାଇଚାରାରେ ବାନ୍ଧିରଖିବା ଏକ ସ୍ୱତନ୍ତ୍ର କଳା । ସୁଦୂର କୁଏତ ଭଳି ଦେଶରେ ବି ଭାରତୀୟମାନେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ତାହାର ପ୍ରମାଣ ପ୍ରବାସୀ ଭାରତୀୟ ପରିଷଦ ନିକଟରେ ଦେଖିବାକୁ ମିଳିଛି ।
ଏହି ଅବସରରେ ବିପିପିର ସଭାପତି ବିନୋୟ ସେବାଷ୍ଟିଆନ ଅଧ୍ୟକ୍ଷତା କରି କୁଏତର ପରିଷଦର ଏରିଆ ସଭାପତି ବିଶ୍ୱରଞ୍ଜନ ସାହୁଙ୍କୁ ପ୍ରଶଂସା କରି କହିଲେ ଯେ, ଶ୍ରୀଯୁକ୍ତ ସାହୁ କୁଏତରେ ବିଭିନ୍ନ ସାମାଜିକ ଓ ଜନକଲ୍ୟାଣ କାର୍ଯ୍ୟକଳାପରେ ପ୍ରତକ୍ଷ୍ୟ ଭାବରେ ଜଡିତ ନିସ୍ୱାର୍ଥପର ଜନସେବାରେ ନିଜକୁ ନିୟୋଜକ କରି କୁଏତରେ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ମାନବିକତା ପରିଚୟ ସୃଷ୍ଟି କରିଛନ୍ତି । ଗୁଜରାଟରୁ ଦୁଇ ଜଣ ଶ୍ରମିକ ଏଜେଣ୍ଟ ଦ୍ୱାରା ଠକାମୀ ଶିକାର ହୋଇଥିଲେ । ସେ ଦୁଇ ଜଣଙ୍କୁ ଭାରତୀୟ ଦୂତବାସର ସାହାଯ୍ୟରେ ନିଜର ରାଜ୍ୟକୁ ପଠାଇ ଜଣେ ପ୍ରକୃତ ଭାରତୀୟର ପରିଚୟ ଦେଇଛନ୍ତି । ତାହାକୁ କେବେ ଭୁଲି ହେବ ନାହିଁ । ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରହିଥିବା ସଂଗୀତ ସମାରୋହ । ପ୍ରବାସୀ ଭାରତୀୟର ବିଭିନ୍ନ ବର୍ଗର ଗାୟକମାନେ ବିଭିନ୍ନ ସଂଗୀତ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ମାଷ୍ଟର ରୋହିତ ଶ୍ୟାମଙ୍କ ସମେତ ୨୦ଜଣ ଗାୟକ ବଲିଉଡ ସଂଗୀତ ଗାଥାର ଭିନ୍ନ ଭିନ୍ନ ଗୀତ ଗାଇଥିଲେ । ଅନ୍ୟ ଗାୟକମାନଙ୍କ ମଧ୍ୟରେ ବିନୋଦ ପାଣ୍ଡିର, ଅକ୍ଷୟ ପଟେଲ, ଅସ୍ୱାତୀ ଶ୍ରୀନାଥ, ଉପସାନା ସିହ୍ନା, ମିତାଲି ଜାନା, ସନ୍ତୋଷ ରାଣା, ଯୋଗେଶ ପାଣ୍ଡ୍ୟା, ହେମାଗିନି ପାଣ୍ଡ୍ୟା, କ୍ଲିଫୋର୍ଡ ମିରାଣ୍ଡା, ସଙ୍ଗୀତାବେନ ବ୍ୟାସ, ସାଗର ବିସୱା, ମୃଣାଲ ସରମା, ତୀର୍ଥ ପାଣ୍ଡ୍ୟା, ବିମଳ ବର୍ମନ, ମୁକେଶ ସେଠୀ ଏବଂ ସଞ୍ଜୟ ରାମି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଦେଶଭକ୍ତି ଗୀତ ପରିବେଷଣ ସହିତ ସ୍ୱରଚିତ କବିତା ପାଠ କରାଯାଇଥିଲା । ଦେଶଭକ୍ତି ଭାବନାରେ ଆନନ୍ଦରେ ଉତ୍ସାହିତ ହୋଇ ଚମତ୍କାର ନୃତ୍ୟକୁ ଦର୍ଶକ ଉପଭୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ରାମାୟା ଧନେଶଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିପିପିର ସାଧାରଣ ସମ୍ପାଦକ ସୁଧୀର ଭି. ମେନନ୍‌ଙ୍କ ସମେତ ସମସ୍ତ କେନ୍ଦ୍ରୀୟ କାର୍ଯ୍ୟକମିଟିର ସଦସ୍ୟ ଯୋଗଦାନ କରିଥିଲେ । କର୍ଣ୍ଣାଟକ ୱିଙ୍ଗର ସ୍ୱେଚ୍ଛାସେବୀମାନେ ଅତିଥିମାନଙ୍କୁ ଉତ୍ସାହର ସହିତ ସେବା କରିଥିଲେ ।

Leave a Reply

Your email address will not be published. Required fields are marked *