ପ୍ରଧାନମନ୍ତ୍ରୀ ଆବାସ ଯୋଜନରୁ ବଞ୍ଚିତ ହିତାଧିକାରୀଙ୍କ ଖଣ୍ଡପଡା ବ୍ଳକ ସମ୍ମୁଖରେ ବିକ୍ଷୋଭ

ପ୍ରଧାନମନ୍ତ୍ରୀ ଆବାସ ଯୋଜନରୁ ବଞ୍ଚିତ ହିତାଧିକାରୀଙ୍କ ଖଣ୍ଡପଡା ବ୍ଳକ ସମ୍ମୁଖରେ ବିକ୍ଷୋଭ

News by Sambitbhusan Senapati (Khandapada)

#ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡା ବ୍ଳକ ଅଧିନ ୨୨ଟି ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରକାଶିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ତାଲିକାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନେକ ଯୋଗ୍ୟ ହିତାଧିକାରୀଙ୍କ ନାମ ପ୍ରକାଶିତ ତାଲିକାରେ ନଥିବା ଜଣାଯାଇଛି । ଥିଲାବାଲା ଏକରଏକର ଜମିବାଡିର ମାଲିକ, କୋଠା ପକାଘର ଥିବା ବ୍ୟକ୍ତି ବିଶେଷଙ୍କ ନାମ ତାଲିକାରେ ସ୍ଥାନିତ ହୋଇଥିବାବେଳେ ଦାରିଦ୍ର‌୍ୟର ସୀମାରେଖା ତଳେ ବସବାସ କରୁଥିବା ଅନେକ ପରିବାର ବର୍ଗ ଆବାସ ଯୋଜନାରେ ଗୃହ ଖଣ୍ଡେ ପାଇବାରୁ ବଞ୍ଚିତ ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ଖାଲିସେତିକି ନୁହେଁ ପୂର୍ବରୁ ଆବାସ ଯୋଜନା ଓ ବିଜୁ ପକାଁଘର ଯୋଜନାରେ ବାସଗୃହ ପାଇଥିବା ବ୍ୟକ୍ତିବିଶେଷଙ୍କ ପରିବାରବର୍ଗଙ୍କ ମଧ୍ୟରୁ ଭିନ୍ନଭିନ୍ନ ବ୍ୟକ୍ତିଙ୍କ ନାମ ପ୍ରକାଶିତ ହିତାଧିକାରୀ ତାଲିକାରେ ସ୍ଥାନିତ ହୋଇଥିବାକୁ କେନ୍ଦ୍ରକରି ବିଭିନ୍ନ ପଞ୍ଚାୟତରେ ଅସନ୍ତୋଷର ବାତାବରଣ ସୃଷ୍ଟିହୋଇଛି । ମୋଟା ଅଙ୍କର ହାତଗୁଞ୍ଜା ଦେଇ ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ଅଧିକାରୀ ଓ ପଞ୍ଚାୟତ ଲୋକପ୍ରତିନିଧିମାନଙ୍କ ସଲାସୁତୁରାରେ ହିତାଧିକାରୀ ଚୟନ କରାଯାଇଥିବା ଅଭିଯୋଗ ହେଉଛି । ଏହି ପରିପ୍ରେକ୍ଷୀରେ ଶତାଧିକ ମହିଳା ଓ ପୁରୁଷ ଆଜି ଖଣ୍ଡପଡା ବ୍ଳକ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ଝୁଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଖବରପାଇ ଖଣ୍ଡପଡା ପୁଲିସ ଟିମ ଆଇଆଇସି ରମେଶ କୁମାର ଦେବତାଙ୍କ ତତ୍ତ୍ୱାବଧାନରେ ଘଟଣା ସ୍ଥଳରେ ପହଁଞ୍ଚି ଧାରଣାରତ ଜନସାଧାରଣଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ପରବର୍ତ୍ତୀ ସମୟରେ ଏବିଡିଓ ସୁବସ ଚନ୍ଦ୍ର ସେଠୀ ଆନ୍ଦୋଳନରତ ଜନସାଧାରଣଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନରେ ହୋଇଥିବା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଲୋକେ ଧାରଣା ଦେଇଥିବା ଜଣାପଡ଼ିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *