ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସ୍ମତି ଉଦ୍ଦେଶ୍ୟରେ ଏକ ଶିଶୁ ଉଦ୍ୟାନ ଉଦ୍ଘାଟିତ

#କଟକ(ଏନ୍.ଏମ୍.): ଓଡ଼ିଶାର ପ୍ରଖ୍ୟାତ ମୁକ୍ତି ସଂଗ୍ରାମୀ, ଗଡଜାତ ମୁକ୍ତି ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର, ଓଡିଶା ବାମପନ୍ଥୀ ଚେତନାର ଆବାହକ ଏବଂ ପ୍ରଗତିଶୀଳ ସାହିତ୍ୟିକ ସ୍ୱର୍ଗତ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ଥାନୀୟ ସିଡିଏ, ସେକ୍ଟର ୬, କଟକ ଠାରେ ଏକ ଶିଶୁ ଉଦ୍ୟାନ ସିଏମସି ମେୟର ସୁବାସ ସିଂହଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଉକ୍ତ ଉଦ୍ଘାଟନୀ ଉତ୍ସବ ସିଏମସି କର୍ପୋରେଟର ରିତାଞ୍ଜଳୀ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ୱର୍ଗତ ଭଗବତୀ ପାଣିଗ୍ରାହୀଙ୍କର ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମର୍କତ ନଗର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏବଂ ସହକର୍ମୀ ଶିକ୍ଷୟତ୍ରୀ ଓ ବିଦ୍ୟାଳୟର ସମସ୍ତ କୁନି କୁନି ପିଲା ମାନଙ୍କ ସହ ବେଶ ହସ ଖୁସିରେ ମେୟର ଓ ସମସ୍ତ ଉପସ୍ଥିତ କର୍ପୋରେଟର ମାନେ ଶିଶୁ ଉଦ୍ୟାନରେ ସମୟ କଟାଇଥିଲେ । ଉକ୍ତ ଉତ୍ସବରେ ସିଏମସି ଷ୍ଟାଣ୍ଡିଙ୍ଗ କମିଟି ଚେୟାରମ୍ୟାନ ମୋନାଲିଶା ଦାସ, କର୍ପୋରେଟର ପ୍ରଦୀପ ରାଉତ, ପ୍ରିୟମ୍ବଦା ସ୍ୱାଇଁ, ପ୍ରିୟମ୍ବଦା ମହାନ୍ତି, ମମତା ନାୟକ, ଏଏଇସିଟିୟୁର ରାଜ୍ୟ ସମ୍ପାଦକ ତଥା ଶ୍ରମିକ ନେତା କିଶୋର କୁମାର ଜେନା, ସିପିଆଇ କଟକ ଜିଲା ସମ୍ପାଦକ ବିନୋଦ ବେହେରା, ସିପିଆଇ ନଗର ସମ୍ପାଦକ ପ୍ରସନ୍ନ ମହାପାତ୍ର, ବରିଷ୍ଟ ବ୍ୟାଙ୍କ କର୍ମଚାରୀ ନେତା ଭ୍ରମରବର ସାହୁ , ଅଶୋକ ତା, ସାନନ୍ଦ ସେଠୀ, ୱାର୍ଡ ସଭାପତି ପ୍ରଭାତ କୁମାର ଦାସ, ୱାର୍ଡ ମହିଳା ସଭାପତି ନିରୁପମା ପାଢ଼ୀ, ସୁଜାତା କାନୁନଗୋ, ଜୋତ୍ସ୍ନାମୟୀ କର, ରାମାନଥ ଆଚାର୍ଯ୍ୟ, ବିଭୁ କଲ୍ୟାଣ ସରଙ୍ଗୀ, ଦେବେନ୍ଦ୍ର ପାଣିଗ୍ରାହୀ, ଦିପ୍ତୀରଞ୍ଜନ ରାୟ, ବିଶ୍ୱମ୍ବର ଧୀର, ଅର୍ଦ୍ଧେନ୍ଦୁ ଶେଖର ମାଝୀ, ଚନ୍ଦନ କୁମାର ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ପାଣିଗ୍ରାହୀଙ୍କର ସ୍ମୃତି ଚାରଣ କରିଥିଲେ ।

