ପ୍ରକାଶ ପାଇଲା ବିଜ୍ଞପ୍ତି: ହାଇକୋର୍ଟରେ ମାମଲା ଶୁଣାଣିର ହେବ ସିଧା ପ୍ରସାରଣ

ପ୍ରକାଶ ପାଇଲା ବିଜ୍ଞପ୍ତି: ହାଇକୋର୍ଟରେ ମାମଲା ଶୁଣାଣିର ହେବ ସିଧା ପ୍ରସାରଣ


କଟକ(ଏନ୍‌.ଏମ୍‌.): ହାଇକୋର୍ଟରେ ଏଣିକି ଶୁଣାଣି ହେଉଥିବା ମାମଲାର ସିଧା ପ୍ରସାରଣ କରାଯିବ । ଏ ନେଇ ହାଇକୋର୍ଟଙ୍କ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ଓଡିଶା ବିଚାର ବିଭାଗ କ୍ଷେତ୍ରରେ ଏକ ନୂଆ ଯୁଗାନ୍ତକାରୀ ଓ ଐତିହାସିକ ପଦକ୍ଷେପ ବୋଲି ଆଇନଜୀବୀ ଓ ବୁଦ୍ଧିଜୀବୀଙ୍କ ମହଲରୁ କୁହାଯାଇଛି । ହାଇକୋର୍ଟ ଅଫ ଓଡିଶା ଲାଇଭ ଷ୍ଟ୍ରିମିଂ ଅଫ କୋର୍ଟ ପ୍ରୋସେଡିଂ ରୁଲ୍‌-୨୦୨୧ ପ୍ରଣୟନ କରାଯାଇ ଏହି ନୂଆ ବିଜ୍ଞପ୍ତି ଜାରି କରାଯାଇଛି । ତେବେ କେଉଁ ମାମଲା ଗୁଡ଼ିକର ଲାଇଭ ଟେଲିକାଷ୍ଟ ବା ସିଧା ପ୍ରସାରଣ କରାଯିବ ଓ କେଉଁ ମାମଲା କରାଯିବ ନାହିଁ ସ୍ୱତନ୍ତ୍ର ନିୟାମାବଳୀରେ ସେ ସମ୍ପର୍କୀତ ସବିଶେଷ ବିବରଣୀ ଉଲ୍ଲେଖ ରହିଛି । ଲାଇଭ ଟେଲିକାଷ୍ଟରେ ହାଇକୋର୍ଟର ବିଭିନ୍ନ ପ୍ରୋସିଡିଂ ଅର୍ଥାତ ବିଚାର ବିଭାଗୀୟ ପ୍ରୋସିଡିଂ, ପ୍ରଶାସନିକ ପ୍ରୋସିଡିଂ, ଲୋକ ଅଦାଲତ, ଫୁଲ୍ କୋର୍ଟ ରେଫରେନ୍ସ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ଏବଂ କୋର୍ଟଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ବୈଠକର ପ୍ରସାରଣ ପ୍ଲବିକ ଲାଇଭ ଷ୍ଟ୍ରିମିଂ ପ୍ଲାଟଫର୍ମରେ କରାଯିବ ବୋଲି ଜଣାପଡ଼ିଛି । ସିଧା ପ୍ରସାରଣରେ ଅଡିଓ ଏବଂ ଭିଡଓ ଉପଲବ୍ଧ ରହିବ । ଲାଇଭ ଟେଲିକାଷ୍ଟ ପାଇଁ ସ୍ୱତନ୍ତ୍ର ଲିଙ୍କ ହାଇକୋର୍ଟର ୱେବସାଇଟ କିମ୍ବା କେସ୍ ତାଲିକାରେ ଉଲ୍ଲେଖ ରଖାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ମାତ୍ର ଜୁଭେନାଇଲ ଜଷ୍ଟିସ ଆଇନ ମଧ୍ୟରେ ଆସୁଥିବା ଶିଶୁ ଯୌନ ନିର୍ଯାତନା, ବଳାତ୍କାର ମାମଲା, ମହିଳା ନିର୍ଯାତନା ମାମଲା, ବୈବାହିକ ମାମଲା, ହେବିଅସ୍ କର୍ପସ ଭଳି ମାମଲାରେ ଯେଉଁଠି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ସେ ସବୁ ଶୁଣାଣିର ସିଧା ପ୍ରସାରଣ ଉପରେ କଟକଣା ରହିବ । ପୁନଶ୍ଚ ଶୁଣାଣି ସମୟରେ ଖଣ୍ଡପୀଠରେ ଥିବା ମୁଖ୍ୟ ବିଚାରପତି କିମ୍ବା ଅନ୍ୟ ବିଚାରପତି ଯଦି ସିଧାପ୍ରସାରଣ ପାଇଁ ଅନିଚ୍ଛା ପ୍ରକାଶ କରନ୍ତି ତେବେ ଲାଇଭ ଷ୍ଟ୍ରିମିଂ ବନ୍ଦ କରାଯାଇ ପାରିବ । କିନ୍ତୁ କାହିଁକି ମାମଲାର ସିଧାପ୍ରସାରଣ କରାଗଲା ନାହିଁ,କେଉଁ ମାମଲା, କେଉଁ ଦିନ, ତାରିଖ ଓ ସମୟ ଆଦି ସମ୍ପର୍କରେ ଉଲ୍ଲେଖ କରାଯିବ । ଏହି ସବୁ ତଥ୍ୟ ସମ୍ପର୍କରେ କୋର୍ଟ ମାଷ୍ଟର ସବିଶେଷ ବିବରଣୀ ଉଲ୍ଲେଖ କରିବେ । ମାତ୍ର କୌଣସି ବ୍ୟକ୍ତି କୋର୍ଟର ପ୍ରୋସିଡିଂ ଲାଇଭକୁ ଅଧିକାର ଭାବେ ଦାବି କରିପାରିବେ ନାହିଁ । ଏପିରିକି ସିଧା ପ୍ରସାରଣ ସମୟରେ କମେଣ୍ଟ କିମ୍ବା ଚାଟିଂ କରିବାକୁ ଅନୁମତି ଦିଆନଯିବା ସହ ସେ ସମୟରେ କୌଣସି କପି କାହାରିକୁ ଦିଆଯାଇପାରିବ ନାହିଁ ବୋଲି ହାଇକୋର୍ଟ ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *