ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ


ଆଠଗଡ଼(ଏମ୍‌.ଏମ୍‌.): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଠଗଡ଼ ବେଣ୍ଟପଦା ପଞ୍ଚାୟତ କେନ୍ଦୁଟୋକଲି ଶବରସାହି ଗ୍ରାମରେ ଗଣ୍ଡଗୋଳ । ଅଭିଯୁକ୍ତଙ୍କ ମରଣାନ୍ତକ ଆକ୍ରମଣ ଫଳରେ ୩ ମହିଳା ଗୁରୁତର ଆହତ ହୋଇଥିବା ବେଳେ ଏ ନେଇ ଆଠଗଡ଼ ଥାନାରେ ମାମଲା ହୋଇଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତ୍ରିରେ ସେହି ଗ୍ରାମର ପ୍ରମୋଦ ବେହେରା ଅକ୍ଷୟ ବେହେରା ସଞ୍ଜୟ ବେହେରା ପାଣ୍ଡବ ବେହେରା, କାର୍ତ୍ତିକ ବେହେରା, ଗୁରୁବାରୀ ବେହେରା ପ୍ରମୁଖ ପୂର୍ବ ପ୍ରସ୍ତୁତି ମୁତାବକ ବିଭିନ୍ନ ମାରଣାସ୍ତ୍ର ଧରି ସୁଷମା ବେହେରା ଏବଂ ତାଙ୍କ ସ୍ୱାମୀ ନରେନ୍ଦ୍ର ବେହେରାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଳେ । ଏହି ସମୟରେ ପତ୍ନୀ ସୁଷମା ଏହାକୁ ପ୍ରତିବାଦ କରିବାରୁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଅଭିଯୁକ୍ତମାନେ ସୁଷମାଙ୍କ ଘର ମଧ୍ୟରେ ପଶି ମରଣାନ୍ତକ ଆକ୍ରମଣ କରିବାରୁ ଏଥିରେ ସୁଷମା ଗୁରୁତର ଆହତ ହୋଇଛନ୍ତି । ଏହି ଆକ୍ରମଣ ବେଳେ ନରେନ୍ଦ୍ର ଓ ତାଙ୍କ ଝିଅ ସୁମିତ୍ରାକୁ ମାଡ ମାରିବା ସହିତ ମନ୍ଦ ଉଦ୍ଦେଶ୍ୟ ରଖି ଟଣା ଓଟରା ମଧ୍ୟ କରିଥିଲେ । ଏହି ସମୟରେ ସୁଷମାଙ୍କ ଦେଢଶୂର ଯାଆ ସମସ୍ତେ ଆସିଯିବାରୁ ଅଭିଯୁକ୍ତମାନେ ଖସି ପଳାଇବା ସହ ଥାନାରେ ଜଣାଇଲେ ଘରକୁ ବୋମା ପକାଇ ଉଡାଇ ଦେବା ସହିତ ପରିବାରକୁ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ଆଠଗଡ ଥାନାରେ ସୁଷମା ଲିଖିତ ଅଭିଯୋଗ କରିଛନ୍ତି । ତେବେ ଆଠଗଡ଼ ପୁଲିସ ଅଭିଯୋଗକୁ ଆଧାର କରି ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ତଦନ୍ତକାରୀ ଅଧିକାରୀ ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *