ପୂର୍ବ ରଙ୍ଗ -୨୦୨୩ ଜାତୀୟ ନାଟ୍ୟ ଉତ୍ସବ

ପୂର୍ବ ରଙ୍ଗ -୨୦୨୩ ଜାତୀୟ ନାଟ୍ୟ ଉତ୍ସବ

News by I&PR ODISHA

#ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ନାଟକ ଏକାଡେମୀ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକାତାର ମିଳିତ ଆନୁକୂଲ୍ୟରେ ଫେବୃୟାରୀ ୧ରୁ ୪ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପ ଠାରେ ଜାତୀୟ ନାଟ୍ୟ ଉତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀ, ଓଡିଶା ସାହିତ୍ୟ ଏକାଡେମୀ ସଭାପତି ଡଃ. ହୃଷିକେଷ ମଲ୍ଲିକ, ଓଡିଶା ସଂଗୀତ ନାଟକ ଏକାଡେମୀ ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି, ସଚିବ ପ୍ରବୋଧ ରଥ ପ୍ରମୁଖ ଯୋଗଦେଇ ଜାତୀୟ ନାଟକ ଉତ୍ସବରେ ଯୋଗଦେଇଥିବା କଳାକାରମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କର ନାଟ୍ୟକଳା ପ୍ରତିଭାକୁ ପ୍ରଶଂସା କରିଥିଲେ । ଦ୍ୱିତୀୟ ଦିବସ ସଂଧ୍ୟାରେ ନଦୀରା ଜାହିର ବାବରଙ୍କ ରଚନା ଓ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହୋଇଥିବା ନାଟକ ‘ୟେ ହେ ବମ୍ବେ ମେରି ଜାନ୍‌’ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିଲା ଓ ଏହାକୁ ବହୁ ସଂଖ୍ୟାରେ ଦର୍ଶକ ଯୋଗଦେଇ ଉପଭୋଗ କରିଥିଲେ । ଏହି ଅବସରରେ ନାଟ୍ୟ ନିର୍ଦ୍ଦେଶକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡିଶା ନାଟ୍ୟସଂଘର ସମ୍ପାଦକ ଶୁଭକାନ୍ତ ପାଢୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଆଜି ନାଟ୍ୟ ଉତ୍ସବର ତୃତୀୟ ସଂଧ୍ୟାରେ ଡଃ. ଶଙ୍କର ଶେଷଙ୍କ ଦ୍ୱାରା ଲିଖିତ ଏବଂ ଚିତ୍ତରଞ୍ଜନ ତ୍ରିପାଠୀଙ୍କ ଦ୍ୱାରା ନିର୍ଦ୍ଦେଶିତ ନାଟକ ‘ଆରେ ମାୟାବୀ ସରୋବର’ ମଞ୍ଚସ୍ଥ ହୋଇଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *