ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଉଦ୍ୟମରେ ଶିିଶୁର ଚିକିତ୍ସା ପାଇଁ ଓଡିଶା ମୋ ପରିବାର ପକ୍ଷରୁ ସହାୟତା

ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଉଦ୍ୟମରେ ଶିିଶୁର ଚିକିତ୍ସା ପାଇଁ ଓଡିଶା ମୋ ପରିବାର ପକ୍ଷରୁ ସହାୟତା


କଟକ(ଏନ୍‌.ଏମ୍‌.): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ କୟଳପଡା ଗ୍ରାମ ପଞ୍ଚାୟତ ଢିଅ ସାହିର ମାନସ ବାରିକଙ୍କ ଶିଶୁ ପୁତ୍ର ଶିବଶଙ୍କର ବାରିକ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ହେବ ଯକୃତ ଜନିତ ରୋଗରେ ପୀଡ଼ିତ ଥିଲେ । ଆର୍ଥିକ ଦୁରବସ୍ଥା ଯୋଗୁଁ ଶିଶୁଟିର ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ ଭାଙ୍ଗି ପଡିଥିଲେ । ଏହି ଖବର ଶୁଣିବା ମାତ୍ରେ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ପରିବାରଙ୍କ ପାଖରେ ପହଞ୍ôଚ ସହାୟତାର ହାତ ବଢ଼ାଇଥିଲେ । ଦୀର୍ଘ ଦୁଇ ବର୍ଷ ଧରି ଶିଶୁଟି କଟକ ଏସସିବି ମେଡିକାଲର ଯକୃତ ବିଭାଗରେ ଚିକିତ୍ସିତ ହେଉଥିବାବେଳେ ଚିକିତ୍ସା ବାବଦରେ ସମସ୍ତ ଖର୍ଚ୍ଚ ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ ତୁଲାଇବା ସହିତ ରୋଗର ଉନ୍ନତି ନିମନ୍ତେ ଯକୃତ ବିଭାଗର ଡାକ୍ତରଙ୍କ ସହିତ ସର୍ବଦା ଆଲୋଚନା ଜାରି ରଖିଥିଲେ । ଡାକ୍ତର ଶିଶୁଟିର ଚିକିତ୍ସାରେ ଉନ୍ନତି ନିମନ୍ତେ ଦିଲ୍ଲୀସ୍ଥିତ (ଆଇଏଲବିଏସ ହସପିଟାଲ)କୁ ନେବା ପାଇଁ ପରାମର୍ଶ ଦେଇଥିଲେ । ଦିଲ୍ଲୀ ଯିବା ପାଇଁ ଶ୍ରୀ ବିଶ୍ୱାଳ ଟ୍ରେନ ଟିକଟ୍‌ର ସମସ୍ତ ବ୍ୟବସ୍ଥା କରିଥିଲେ ମଧ୍ୟ କୋଭିଡ୍ ମହାମାରୀରେ ଜାରି କରାଯାଇଥିବା ଲକ ଡାଉନ୍ ଏବଂ ସର୍ଟ ଡାଉନ ଯୋଗୁଁ ଦିଲ୍ଲୀ ଯିବା ସମ୍ଭବପର ହୋଇପାରିନଥିଲା । ସେହି ସମୟରେ କଟକ ଆରଡିସିଙ୍କ କାର୍ଯ୍ୟାଳୟରେ ଆରଡିସି, ଜିଲ୍ଲାପାଳ ଏବଂ ଚୌଦ୍ୱାର-କଟକର ପୂର୍ବତନ ବିଧାୟକଙ୍କ ଉପସ୍ଥିତିରେ ୫୦ ହଜାର ଟଙ୍କା ଏବଂ ପୂର୍ବତନ ବିଧାୟକଙ୍କ ଦ୍ୱାରା ୩୦ ହଜାର ଟଙ୍କା ଏବଂ ଚୌଦ୍ୱାର-କଟକର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଖାପାଖି ୧ଲକ୍ଷ ୩୦ହଜାର ଟଙ୍କା ଏହିପରି ସର୍ବମୋଟ ୨ଲକ୍ଷ ଟଙ୍କା ଶିଶୁଟିର ବାପାଙ୍କୁ ପ୍ରଦାନ କରାଯାଇଥିଲା । ଏଥି ସହିତ ଚୌଦ୍ୱାର-କଟକର ବିଧାୟକ ସୌଭିକ ବିଶ୍ୱାଳ ମଧ୍ୟ ୨ ବର୍ଷ ପୂର୍ବରୁ ଏହି ଶିଶୁଟି ପାଇଁ ଓଏସଟିଏସ ଏବଂ ସିଏମଆରଏଫ ପାଇଁ ସମସ୍ତ କାଗଜ ପତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ । ସାଂସଦ ଅମର ପଟ୍ଟନାୟକ ଏବଂ ଓଡିଶା ମୋ ପରିବାରର ଆବାହକ ଅରୁପ ପଟନାୟକଙ୍କ ସହଯୋଗରେ ଆଜି ଦିନ ୧୧ଟା ବେଳେ ଉକ୍ତ ଶିଶୁଟି ଆଜି ଦିଲ୍ଲୀ ଅଭିମୁଖେ ଚିକିତ୍ସା ପାଇଁ ଟ୍ରେନ ଯୋଗେ ବାହାରିଥିଲା । ଏଥି ସହିତ ଯଥା ସମ୍ଭବ ସହାଯ୍ୟ ଯୋଗାଇଦେବା ପାଇଁ ଓଡିିଶା ମୋ ପରିବାରର ଆବାହକ ଶ୍ରୀ ପଟ୍ଟନାୟକ କହଥିଲେ । ଏଥି ସହିତ ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଓଏସଟିଏଫ ଫଣ୍ଡରୁ ୫ ଲକ୍ଷ ଟଙ୍କାର ଅର୍ଥ ରାଶି ଶିଶୁଟିର ଚିକିତ୍ସା ପାଇଁ ଯୋଗୋଇ ଦେବା ପାଇଁ ସହମତି ପ୍ରକାଶ କରିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ପ୍ରତିନିଧି ଇଂ. ସୁର୍ବତ ଘଡେଇ, ପୂର୍ବତନ କର୍ପୋରେଟର ରଞ୍ଜନକୁମାର ବିଶ୍ୱାଳ, ଜୟଦେବ ଜେନା, ସମାଜସେବୀ ସୁକଦେବ ପାତ୍ର, ଦିଲ୍ଲୀପ କୁମାର ସାହୁ, ଶୁଭେନ୍ଦୁ ସେନଗୁପ୍ତା, ଭିମସେନ ସାବତ, ଛାତ୍ର ନେତା ଚିନ୍ମୟ ଦାସ, ଭବାନୀଶଙ୍କର ଦାସ, ଆସିଫ ଅମିନ, ଅଭିଜିତ ଦାସ ଏବଂ ଅଭିଷେକ ବଳ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *