ପୁରୀ ଜିଲ୍ଲା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ

ପୁରୀ ଜିଲ୍ଲା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ

News by Ajit Kumar Mallick (Konark)

#କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ପୁରୀ ଜିଲ୍ଲା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ସହବନ୍ଧିତ ସର୍ବଭାରତୀୟ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ)ର ବାର୍ଷିକ ଉତ୍ସବ ସହିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱଜିତ ଘୋଷ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ଜାତୀୟ ସଭାପତି ଡକ୍ଟର ପୀତବାସ ମିଶ୍ର, ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ, ରାଜ୍ୟ ସମ୍ପାଦକ ଅର୍ଜୁନ ମୁଦୁଲି, ଆଇନଜୀବୀ ରମାଶଙ୍କର ପାତ୍ର, ଜଳସେଚନ ଅଧିକାରୀ ରତ୍ନାକର ଦଳେଇ, ପୁରୀ ଜିଲ୍ଲା ସଭାପତି ପ୍ରସନ୍ନ ଦାସ, ସମ୍ପାଦକ ଜୟକୃଷ୍ଣ ଦାସ, ଶିବପ୍ରସାଦ ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେବା ସହ ସମାଜ ସଂସ୍କାରରେ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରାଯାଇଥିଲା । ସାମ୍ବାଦିକ ମାନଙ୍କର ବିଭିନ୍ନ ଦାବି, ମୌଳିକ ଅଧିକାର, ସୁରକ୍ଷା ପ୍ରତି ଦୃଷ୍ଟି ଦେବା ପାଇଁ ଆଲୋଚନା ମାଧ୍ୟମରେ ସରକାରଙ୍କ ନିକଟରେ ବାରମ୍ବାର ଦାବି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏତତ ବ୍ୟତୀତ ଚଳିତ ବର୍ଷ ସଙ୍ଘର ସଭ୍ୟ ସଂଖ୍ୟା ଏକ ହଜାରରୁ ଉର୍ଦ୍ଧ୍ୱ ସଭ୍ୟ ସଂଘରେ ସାମିଲ ହୋଇଥିବା ଜାତୀୟ ସଭାପତି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । ରାଜ୍ୟ ସମ୍ପାଦକ ଅର୍ଜୁନ ମୁଦୁଲି ଯୋଗଦେଇ ସାମ୍ବାଦିକ ମାନେ ଅନେକ ସମସ୍ୟା ଦେଇ ଗତି କରିବା ସତ୍ତ୍ୱେ ସମାଜର କର୍ଣ୍ଣଧାର ବୋଲି ପ୍ରକାଶ କରିବା ସହ ଅନ୍ୟଅତିଥି ମାନଙ୍କ ପରି ଅତି ମୂଲ୍ୟବାନ ନିଦର୍ଶନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ସାମ୍ବାଦିକ ଅଂଶ ଗ୍ରହଣ କରିବା ସହିତ ଅନେକ ନୂତନ ସଭ୍ୟମାନେ ସଂଘର ସଦସ୍ୟତା ଗ୍ରହଣ କରିଥିଲେ । ସମାଜ ପ୍ରତି ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିତ୍ୱ ତଥା ନିସ୍ୱାର୍ଥ ପରିବାର ଗୋପ, ସମାଜସେବୀ କସ୍ତୁରିବାଳା ସ୍ୱାଇଁ, ଶିକ୍ଷାବିତ, କବି ପୂନେଶ କୁମାର ସେନାପତି, ନାଟ୍ୟକାର ନିରଞ୍ଜନ ସ୍ୱାଇଁ, ଗୋପ ବ୍ଲକ ଉପାଧ୍ୟାକ୍ଷ ବନରଞ୍ଜନ ପଟ୍ଟନାୟକ ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବା ସହ ସଂଘର ସମସ୍ତ ସଭ୍ୟଙ୍କୁ ମଧ୍ୟ ମାନପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ମହାନ୍ତି, ଉପସଭାପତି ସନ୍ତୋଷ ଗୋଛାୟତ, ସଚ୍ଚିଦାନନ୍ଦ ଗୋଛାୟତ, ଯୁଗ୍ମ ସମ୍ପାଦକ ମାନସ ସାମଲ, ସୌମ୍ୟ ରଞ୍ଜନ ମହାରଣା ଓ ସଂଘର ସମସ୍ତ ସଭ୍ୟ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *