ପୁରୀରେ ହେଉନି ପୌରନିର୍ବାଚନ ଚାଲିଛି ଅଫିସର ରାଜ: ଆପ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ପୁରୀରେ ହେଉନି ପୌରନିର୍ବାଚନ ଚାଲିଛି ଅଫିସର ରାଜ: ଆପ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
ପୁରୀ ପୌରସଦନ ବର୍ଦ୍ଧିତ ଦରକୁ ବିରୋଧ


ପୁରୀ(ଏନ୍‌.ଏମ୍‌.): ଦୀର୍ଘଦିନ ଧରି ପୁରୀରେ ପୌରପାଳିକା ନିର୍ବାଚନ ନହେବା ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ଗୋଟିଏ ପଟେ ନିର୍ବାଚିତ ଲୋକପ୍ରତିନିଧି ନଥିବାଯୋଗୁଁ ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଉନାହିଁ । ଅନ୍ୟପକ୍ଷରେ ଲୋକପ୍ରତିନିଧି ନଥିବା ସୁଯୋଗ ନେଇ ଅଫିସରରାଜ ଚାଲିଛି । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ପୌରପାଳିକାରେ ଯେଉଁ ନିଷ୍ପତି ନିଆଯାଉଛି ଯାହା ପୁରୀବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯାଉ ନାହିଁ ବୋଲି ଅଭିଯୋଗ ହୋଇଛି । ବର୍ତ୍ତମାନ ପୁରୀ ପୌରସଦନ ଶୀତତାପନିୟନ୍ତ୍ରିତ ହେବାପରେ ପ୍ରାୟ ୫ ଗୁଣ ଦର ବୃଦ୍ଧି ହୋଇ ୨୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି ଯାହା ପୁରୀର ବିଭିନ୍ନ ବେସରକାରୀ ସଙ୍ଗଠନ ପାଇଁ ଧାର୍ଯ୍ୟ ହୋଇଥିବା ବର୍ଦ୍ଧିତ ଦର ଦେଇ କୌଣସି ସାଂସ୍କୃତିକ ବା ସାଂଗଠନିକ କାର୍ଯ୍ୟକ୍ରମ କରିବା ଏକପ୍ରକାର ଅସମ୍ଭବ ହୋଇପଡିଛି । ଆଗକୁ ପୌର ନିର୍ବାଚନ ହୋଇ ଜନପ୍ରତିନିଧି ନିର୍ବାଚିତ ହୋଇ ପୁରୀ ବାସୀଙ୍କ ମତାମତ ନେବା ପର୍ଯ୍ୟନ୍ତ ବର୍ତ୍ତମାନ ଦରକୁ ହ୍ରାସ କରିବା ଦାବିରେ ଆମ୍ ଆଦ୍‌ମୀ ପାର୍ଟି ୟୁଥ୍ ୱିଙ୍ଗ ତରଫରୁ ପୁରୀ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିରୋଧ ପ୍ରଦର୍ଶନ ସହ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଯଥାଶୀଘ୍ର ନୋ ପ୍ରଫିଟ ନୋ ଲସ ହିସାବରେ ଦର ହ୍ରାସ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଆପ ପୁରୀ ଜିଲ୍ଲା ଯୁବ ସଭାପତି ଅଂଶୁମାନ ଶତପଥୀଙ୍କ ନେତୃତ୍ୱରେ ଜିଲ୍ଲା ଯୁବ ସଂଗଠକ ସୁଧାଂଶୁ ଶେଖର ନାଏକ, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ସୁନୀଲ ଜେନା,ରାକେଶ କୁମାର ନନ୍ଦ, ଅନିଲ କୁମାର ସେନାପତି, ଚିନ୍ମୟୀ ରଥ, ପାର୍ବତୀ ପ୍ରଧାନ, ଅଜୟ କୁମାର ନାୟକ, ରଞ୍ଜନ କୁମାର ପ୍ରଧାନ,ଏସ. ନାରାୟଣ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *