ପାଟଣାଗଡ଼ରେ ବିଧାୟକଙ୍କ ଶକ୍ତିପ୍ରଦର୍ଶନ

ପାଟଣାଗଡ଼ରେ ବିଧାୟକଙ୍କ ଶକ୍ତିପ୍ରଦର୍ଶନ


#ପାଟଣାଗଡ଼(ଏନ୍‌.ଏମ୍‌.): ସମ୍ପ୍ରତି ସାଧାରଣ ନିର୍ବାଚନକୁ ଦିନ କେଇଟା ବାକି ଥିବାବେଳେ ଏବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମରସଜ୍ଜା ଆରମ୍ଭ ହୋଇଛି । ଏପରିକି ଲୋକପ୍ରତିନିଧିମାନେ ନିଜର ସ୍ଥିତିକୁ ସୁଦୃଢ଼ ଦର୍ଶାଇବା ପାଇଁ ବିଭିନ୍ନ ସ୍ଥାନରେ ଶକ୍ତିପ୍ରଦର୍ଶନ ସ୍ୱରୂପ ସାଧାରଣ ସଭା କରୁଥିବା ଦେଖିବାକୁ ମିଳିଛି । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲା,ପାଟଣାଗଡ଼ ବ୍ଲକ ୧୫ନମ୍ବର ଜୋନରେ ୧୦ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସହିତ ପ୍ରାୟ ୧୫ହଜାର ଜନସାଧାରଣଙ୍କୁ ନେଇ ସ୍ଥାନୀୟ ବିଧାୟକ ଏକ ବିଶାଳ ସମାବେଶରେ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନ କରାଇଛନ୍ତି । ଏହି ଅବସରରେ ସମସ୍ତ ଜନସାଧାରଣ ନିଜେ ସଚେତନ ହୋଇ ଏଭଳି ଯୋଜନାକୁ ତ୍ୱରାନ୍ୱିତ ରଖିବା ପାଇଁ ମତଦାନ କରିବାକୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ଯୁଗୀମୁଣ୍ଡା ଠାରେ ବିଧାୟକ ସରୋଜ ମେହେର ଦ୍ୱାରା ଆୟୋଜିତ ବିରାଟ ମହିଳା ସମାବେଶ ଓ କର୍ମୀ ସମ୍ମିଳନୀରେ ସମସ୍ତ ସମିତି ମେମ୍ବର ସହ ଜିଲ୍ଲା ପରିଷଦ ଗଣ ତଥା ସିନିଅର ଲିଡରଙ୍କୁ ଗୁରୁମନ୍ତ୍ର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପୁରୋହିତ, ବାସୁଦେବ ପାଢ଼ୀ, ଇନ୍ଦୁ ଠାକୁର ଓ ଦେହଦେବ ପୁରୋହିତ ପ୍ରମୁଖ ଉପସ୍ଥିତଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *