ପବିତ୍ର ରଥଯାତ୍ରା ଅବସରରେ ଜଗତସିଂହପୁର ପ୍ରଧାନ ଡାକଘରେ ଜାରିହେଲା ବିଶେଷ ରଦ୍ଦକରଣ ଷ୍ଟାମ୍ପ

 


ଜଗତସିଂହପୁର(ଏନ୍‌.ଏମ୍‌.): ପବିତ୍ର ରଥଯାତ୍ରା ଅବସରରେ କଟକ ଦକ୍ଷିଣ ଡାକମଣ୍ଡଳର ଅଧୀନରେ ଥିବା ୨ଟି ପ୍ରଧାନ ଡାକଘରେ ଏକ “ବିଶେଷ ରଦ୍ଦକରଣ ଷ୍ଟାମ୍ପ’ ଉନ୍ମୋଚନ ହୋଇଯାଇଛି । ଏଥି ମଧ୍ୟରୁ ଜଗତସିଂହପୁର ପ୍ରଧାନ ଡାକଘର ପକ୍ଷ୍ୟରୁ ପ୍ରଧାନ ଡାକପାଳ ରଞ୍ଜନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ “ବିଶେଷ ରଦ୍ଦକରଣ ଷ୍ଟାମ୍ପ’ ଫିଲାଟେଲିଷ୍ଟ ହିମାଂଶୁ ଶେଖର ଦାସ ଓ ଜଗତସିଂହପୁରର ଜଣେ ଜଣାଶୁଣା ବିଶିଷ୍ଟ ବ୍ୟବସାୟୀ ନିର୍ମଳ ଖୁଣ୍ଟିଆଙ୍କ ଉପସ୍ଥିତିରେ ଏହା ଉନ୍ମୋଚନ ହୋଇଯାଇଛି । ଏହି ଅବସରରେ ଡାକପାଳଙ୍କ ସହିତ ଓମ ପ୍ରକାଶ, ସୁରେଶ କୁମାର ସ୍ୱାଇଁ, ସୁଶାନ୍ତ ପାଢ଼ୀ, ଶୁଭନାରାୟଣ ସ୍ୱାଇଁ, ମହେଶ ମଲ୍ଲିକ, ଜ୍ୟୋତିରଞ୍ଜନ ସେନାପତି, ଶୁଭମ ତ୍ୟାଗୀ, ଶରତ କୁମାର ଏବଂ ଦେବାଶିଷ ସାହୁ ପ୍ରମୁଖ ଡାକ-କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏଥି ସହ କଟକ ଦକ୍ଷିଣ ଡାକମଣ୍ଡଳ ଅଧୀନରେ ଥିବା ୨ଟି ପ୍ରଧାନ ଡାକଘରେ(ଜଗତସିଂହପୁର ଓ ଆଠଗଡ ପ୍ରଧାନ ଡାକଘର) ବୁକ ହୋଇଥିବା ସମସ୍ତ ଚିଠି ଗୁଡିକରେ ଉଭୟରେ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ “ପବିତ୍ର ରଥଯାତ୍ରା-୨୦୨୨(ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବ ତୁମେ) ଓ ତିନି ଠାକୁରଙ୍କ ରଥ’ ମାନଙ୍କର କାଳିର ଏକ ଚିତ୍ରିତ ରୂପାଙ୍କନ ଛାପ ରୂପେ ଏହି ବିଶେଷ ରଦ୍ଦକରଣ ଷ୍ଟାମ୍ପ ବ୍ୟବହାର କରାଯାଇଛି । ଏହି ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରାର ମହତ୍ତ୍ୱ ପ୍ରତିପାଦନ ସହିତ ଓଡିଶାର ଜଗନ୍ନାଥ ସଂସ୍କୃତି ବଜାୟରଖିବା ନିମିତ୍ତ ଭାରତୀୟ ଡାକ ବିଭାଗ ତରଫରୁ ଓଡିଶାରେ ଥିବା ୩୫ଟି ପ୍ରଧାନ ଡାକଘର ମାଧ୍ୟମରେ ଏହି ରେଖା ଚିତ୍ରିତ ଏକ ବିଶେଷ ରଦ୍ଦକରଣ ଷ୍ଟାମ୍ପ ବ୍ୟବହାର କରାଯାଇଛି । ଏହା ଏକ ପ୍ରକାର ସର୍ବ ବୃହତ ଏକକାଳୀନ ଡାକଟିକଟ ସଂଗ୍ରହ ସ୍ମୃତିଚାରଣ ମଧ୍ୟରେ ପରିଗଣିତ ହେବାକୁ ଯାଉଛି । ଡାକଟିକେଟ ଲଗାଇ ଏହାର ପୁନଃବ୍ୟବହାର ରୋକାଯିବାକୁ ରଦ୍ଦକରଣ କୁହାଯାଇଥାଏ । ଏହା ଡାକଟିକେଟ ସଂଗ୍ରହ ଏବଂ ଅଧ୍ୟୟନ ବା ଫିଲାଟେଲିକ ଷ୍ଟଡିଜର ଏକ ବିଷୟ ବସ୍ତୁ ଅଟେ । ଓଡିଶା ସତର୍କତାର ସହ ଲକଡାଉନରୁ ବାହାରକୁ ଆସିଥିବାରୁ ଓଡିଶା ଡାକ ପରିମଣ୍ଡଳ ଏହି ବିଶେଷ ରଦ୍ଦକରଣର ଏକ ଦିନ ନିମିତ୍ତ ପ୍ରଚଳନ ଏକ ବିଶାଳ ଡାକ ସ୍ମୃତି ସ୍ୱରୂପ ଡାକଟିକେଟ ସଂଗ୍ରହ କ୍ଷେତ୍ରରେ ସୁଯୋଗର ସମ୍ଭାର ନେଇ ଆସିବା ସହିତ ଦେଶ ତଥା ଓଡ଼ିଶାରେ ଫିଲାଟେଲିକ କାର୍ଯ୍ୟକଳାପକୁ ଅଗ୍ରଗତି ଦିଗରେ ଆଗେଇ ନେବ ବୋଲି କଟକ ଦକ୍ଷିଣ ଡାକମଣ୍ଡଳର ଡାକ ଅଧିକ୍ଷକ ଗଜେନ୍ଦ୍ର ପ୍ରସାଦ କର କହିଛନ୍ତି ।

One thought on “ପବିତ୍ର ରଥଯାତ୍ରା ଅବସରରେ ଜଗତସିଂହପୁର ପ୍ରଧାନ ଡାକଘରେ ଜାରିହେଲା ବିଶେଷ ରଦ୍ଦକରଣ ଷ୍ଟାମ୍ପ

Leave a Reply

Your email address will not be published. Required fields are marked *