ପଞ୍ଚୁଟିକ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ


ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ପଞ୍ଚୁଟିକ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଚାନ୍ଦବାଲି ବିଧାୟକ ଡଃ ବ୍ୟୋମକେଶ ରାୟ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାରାକାନ୍ତ ବେହେରା ଓ ଅନ୍ୟ ଅତିଥି ଗଣ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ଉତ୍ସବ ସଭାକୁ ଉଦଘାଟନ କରିଥିଲେ । ପ୍ରଧ୍ୟାପକ ନାରାୟଣ ପ୍ରସାଦ ଧଳ, ଖଗେଶ୍ୱର ଜେନା, ଭାସ୍କର ଚନ୍ଦ୍ର ବେହେରା, ରବିନ୍ଦ୍ର କୁମାର ଦାସ, ବ୍ରଜବିହାରି ବାରିକ, ଅଭୟ ସୂତାର, ସରପଞ୍ଚ ସର୍ବେଶ୍ୱର ସେଠୀ, ପୂର୍ବତନ ସରପଞ୍ଚ ଅନୀଲ ନାୟକ, ବିଜୟ ଧଳ, ସଞ୍ଜିବ ନାୟକ, ଅମୀୟ ଧଳ, ଓଷ୍ଟାର ସମ୍ପାଦକ ପ୍ରଭାତ ପାଣିଗ୍ରାହୀ, ଜିଲ୍ଲା ଯୁଗ୍ମ ସମ୍ପାଦକ ଅନୀଲ ମିଶ୍ର ଓ ସି.ଆର.ସି.ସି ଗୋରାଚାନ୍ଦ ମାଝୀ ପ୍ରମୁଖ ଯୋଗଦାନ କରିଥିଲେ । ପିଲାମାନଙ୍କ ଦ୍ୱାରା ଚିତ୍ତାକର୍ଷକ ନୃତ୍ୟ, ଗୀତ, ନାଟକ ପରିବେଷିତ ହୋଇଥିଲା । କୁନିକୁନି ପିଲାମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ନାଟକ “ଝିଅ ଯିବ ଶାଶୂଘରକୁ ଓ “ସତ୍ୟମେବ ଜୟତେ’ ଏତେ ଉଚ୍ଚକୋଟିର ଥିଲା । କାର୍ଯ୍ୟକ୍ରମରେ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପୂରାତନ ଛାତ୍ରଛାତ୍ରୀ ପୂରାତନ ଶିକ୍ଷକ ଶିକ୍ଷୟିତ୍ରୀ ଓ ବର୍ତ୍ତମାନର ପ୍ରଧାନ ଶିକ୍ଷକ ତାରାକାନ୍ତ ବେହେରା, ଶିକ୍ଷକ ବିକାଶ ମହାନ୍ତି, ଗୋବର୍ଦ୍ଧନ ସାମଲ, ଖଗେଶ୍ୱର ମହାଲିକ, ବିଜୟ ଦାସ, ବାହାଦୂର ମୁମୁଁ, କୁଳମଣି ମଲ୍ଲିକ, ରଣଜିତ ବେଶ୍ରା, ବିବେକାନନ୍ଦ ମାହୁନ୍ତ, ଶଶିଧର ପାତ୍ର, ବୁଦ୍ଧିରାମ ବେହେରା, ସୁନିଆ ମାଝୀ ଓ ଶିକ୍ଷୟିତ୍ରୀ ମଧୁସ୍ମିତା ସାହୁ, ପଦ୍ମାବତୀ ଦାସ,ସୁବାସିନୀ ସାମଲ, ସସ୍ମିତା ସିଂ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *