ନିଖିଳ ଉତ୍କଳ କଳାନିକେତନର ଚତୁର୍ଥ ବାର୍ଷିକ ସାଂସ୍କୃତିକ ଉତ୍ସବ : ‘ବିଶ୍ୱ କଳା ସଂସ୍କୃତିର ସମନ୍ୱୟର କ୍ଷେତ୍ର ହେଉଛି କଟକ’

ନିଖିଳ ଉତ୍କଳ କଳାନିକେତନର ଚତୁର୍ଥ ବାର୍ଷିକ ସାଂସ୍କୃତିକ ଉତ୍ସବ : ‘ବିଶ୍ୱ କଳା ସଂସ୍କୃତିର ସମନ୍ୱୟର କ୍ଷେତ୍ର ହେଉଛି କଟକ’


#କଟକ(ଏନ୍‌.ଏମ୍‌.): ନିଖିଳ ଉତ୍କଳ କଳାନିକେତନର ଚତୁର୍ଥ ବାର୍ଷିକ ସାଂସ୍କୃତିକ ଉତ୍ସବ-୨୦୨୧ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଳାବିକାଶ କେନ୍ଦ୍ର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ କଳାବିକାଶ କେନ୍ଦ୍ରର ସାଧାରଣ ସମ୍ପାଦକ ପ୍ରସେନଜିତ ମହାନ୍ତି ଯୋଗଦେଇ ଓଡ଼ିଶା କଳା ସଂସ୍କୃତିର ମାଟି ହୋଇଥିବାବେଳେ କଟକ ହିଁ ବିଶ୍ୱ କଳା ସଂସ୍କୃତିର ସମନ୍ୱୟର କେନ୍ଦ୍ର ବୋଲି ମତପ୍ରକାଶ କରିଥିଲେ । ପ୍ରଫେସର କିଶୋର ଚନ୍ଦ୍ର ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୃତ୍ୟଗୁରୁ ରଞ୍ଜନ କୁମାର ନାଥଶର୍ମା, ଆଶିଷ କୁମାର ପାଲ, ନୃତ୍ୟ ନିର୍ଦ୍ଦେଶକ କୁମାର ବାପି, ମଧୁଛନ୍ଦା ମହାପାତ୍ର, ବିଶିଷ୍ଟ ପାଲା ଗାୟିକା ସବିତା ଦେହୁରୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ ବହୁ ପ୍ରତିଷ୍ଠିତ ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାରେ ବିଚାରକ ଭାବେ ବିନୋଦ କୁମାର ମହାପାତ୍ର, ଗାୟତ୍ରୀ ପ୍ରସନ୍ନ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କଳାକାରମାନେ ଯୋଗଦେଇଥିବାଳେ ରାଜ୍ୟ ବାହାର ଯଥା ଝାଡଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶରୁ ୫୦ଜଣ କଳାକାର ଯୋଗଦେଇ ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ସେହିଭଳି ଉଦ୍‌ଘାଟନୀ ଉତ୍ସବରେ ଡାକ୍ତର ସରୋଜ ଜେନା ଅଧ୍ୟକ୍ଷତା କରିଥିବାବେଳେ ଅତିରିକ୍ତ ଡିସିପି ତ୍ରିନାଥ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ଭାଗ୍ୟବତୀ ସାହୁ, ସାଧାରଣ ସମ୍ପାଦକ ବିଶ୍ୱମ୍ବର ସାହୁ, ରାଧାମୋହନ ସାହୁ, ସାଇଲକ୍ଷ୍ମୀ ଗିରି ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *