ନାବାଳିକା ଯୌନ ନିର୍ଯାତନା ମାମଲା:ଆସାମୀକୁ ୫ ବର୍ଷ ସଶ୍ରମ କାରାଦଣ୍ଡ

କଟକ(ଏନ୍‌.ଏମ୍‌.): ଏକ ନାବାଳିକା ଯୌନ ନିର୍ଯାତନା ମାମଲାରେ କଟକର ଆଡ୍‌ହକ୍ ଆଡିସିନାଲ୍ ଡିଷ୍ଟ୍ରିଟ୍ ଏଣ୍ଡ୍ ସେସନ୍ (ଫାଷ୍ଟ୍‌ଟ୍ରାକ୍ କୋର୍ଟ-୧) ଆସାମୀ ମଙ୍ଗଳବାଗ ଥାନା ଅଧିନସ୍ଥ କେଶରପୁରର ମହମ୍ମଦ ଆଜାରଦ୍ଦିନ୍‌କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିଛନ୍ତି। ଏଥିସହିତ କୋର୍ଟ ଆସାମୀକୁ ୧୦ ହଜାର ଟଙ୍କା ଜରିମାନା ଦାଖଲ କରିବାକୁ ଆଦେଶ ଦେଇଛନ୍ତି। ଜରିମାନା ଦାଖଲ ନ କରିପାରିଲେ ଆସାମୀକୁ ଆଉ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ଦେଇଛନ୍ତି। ସେହିପରି କୋର୍ଟ ପୀଡିତାକୁ ୧ ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ କରିବାକୁ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୨ ମସିହା ମଇ ୨୪ ତାରିଖରେ ଘଟଣା ଘଟିଥିବାବେଳେ ମଇ ୨୮ ତାରିଖରେ ବିଡାନାସୀ ଥାନାରେ ଏତଲା ରୁଜୁ କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର୍ ଶୁଭେନ୍ଦ୍ର ପ୍ରସାଦ ମହାନ୍ତି ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *