ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ନେଇ କଟକ ବିଜେପିର ଚଣ୍ଡିମନ୍ଦିରରେ ପୂଜାର୍ଚ୍ଚନା

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ନେଇ କଟକ ବିଜେପିର ଚଣ୍ଡିମନ୍ଦିରରେ ପୂଜାର୍ଚ୍ଚନା

News by Padmalochan Mishra (Cuttack)

କଟକ (ଏନ୍‌.ଏମ୍‌.): କଟକ ନଗର ବିଜେପି ତରଫରୁ ଆଜି ମା’ କଟକ ଚଣ୍ଡୀଙ୍କ ପାଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଯାଇଛି । ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସୁନିଶ୍ଚିତ ବିଜୟ କରିବା ପାଇଁ ଦୀପଦାନ, ପୂଜାର୍ଚ୍ଚନା ଓ ପ୍ରାର୍ଥନା କରାଯାଇଥିଲା । ପରେ ପରେ ମନ୍ଦିର ବାହାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱଚ୍ଛ ଭାରତ ରାଜ୍ୟ ସଂଯୋଜକ ମହେଶ ମହାନ୍ତିଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ମହାପାତ୍ରଙ୍କ ନେତୃତ୍ୱରେ କଟକନଗର ସଭାପତି ଲଲାଟେନ୍ଦୁ ବଡୁ, ରାଜ୍ୟର ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରଶ୍ମିରେଖା ଦାସ, ମଣ୍ଡଳ ସଭାପତି ରତନ ମହାନ୍ତି, ନମିତା ମିଶ୍ର ଓ ନିତାଇଗୌର ମହାନ୍ତି, ଜିଲ୍ଲା ଯୁବମୋର୍ଚା ସଭାପତି ସତ୍ୟବ୍ରତ ମିଶ୍ର, ମୋର୍ଚ୍ଚା ସାଧାରଣ ସମ୍ପାଦିକା ସଂଯୁକ୍ତା ମିଶ୍ର, ସ୍ୱଚ୍ଛ ଭାରତ କଟକ ସଂଯୋଜକ ନଳିନୀ ରାୟ, କାମାକ୍ଷା ମିଶ୍ର, ରାଜ ନନ୍ଦିନୀ ଓ ଶ୍ରୀନିବାସ ରେଡ୍ଡି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *