ଦେଶମୁଖଙ୍କ ପରେ ନଜରରେ ଅଜିତ ପାୱାର, ହଜାରେ କୋଟିର ସମ୍ପତ୍ତି ସିଜ୍ ପାଇଁ ଇଡିର ନୋଟିସ୍‌

ଦେଶମୁଖଙ୍କ ପରେ ନଜରରେ ଅଜିତ ପାୱାର, ହଜାରେ କୋଟିର ସମ୍ପତ୍ତି ସିଜ୍ ପାଇଁ ଇଡିର ନୋଟିସ୍‌


ମୁମ୍ବାଇ (ଏଜେନ୍ସି): ଇଡି ପକ୍ଷରୁ ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଗିରଫ କରାଯିବା ପରେ ଆୟକର ବିଭାଗ ପକ୍ଷରୁ ରାଜ୍ୟର ଡେପୁଟି ସିଏମ୍ ଅଜିତ ପାୱାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି । ଆୟକର ବିଭାଗ ପକ୍ଷରୁ ଅଜିତ ପାୱାରଙ୍କ ୫ ସମ୍ପତ୍ତି ସିଜ୍ କରିବାକୁ ଆଦେଶ ଦିଆଯାଇଛି । ସିଜ୍ ହେବାକୁ ଥିବା ଏହି ସମ୍ପତ୍ତିର ଆନୁମାନିକ ମୂଲ୍ୟ ୧ହଜାର କୋଟିରୁ ଅଧିକ ଟଙ୍କା ହେବ ବୋଲି ସୂଚନା ମିଳଛି । ଅଜିତଙ୍କ ସିଜ୍ ହେବାକୁ ଥିବା ୫ଟି କମ୍ପାନୀ ମଧ୍ୟରେ ପ୍ରାୟ ୬ଶହ କୋଟି ମୂଲ୍ୟର ଜରନ୍ଦେଶ୍ୱର ସୁଗର ଫ୍ୟାକ୍ଟ୍ରି, ସାଉଥ ଦିଲ୍ଲୀସ୍ଥିତ ୨୦ କୋଟି ଟଙ୍କା ମୂଲ୍ୟର ଫ୍ଲାଟ, ଅଜିତଙ୍କ ପୁଅ ପାର୍ଥ ପାୱାରଙ୍କ ପ୍ରାୟ ୨୫ କୋଟି ଟଙ୍କା ମୂଲ୍ୟର ନିର୍ମଳ ଅଫିସ, ଗୋଆରେ ଥିବା ପ୍ରାୟ ୨୫୦ କୋଟି ମୂଲ୍ୟର ରିସର୍ଟ ‘ନିଲୟ’ ଓ ମହାରାଷ୍ଟ୍ରର ୨୭ଟି ଅଲଗା ଅଲଗା ଜାଗାରେ ଥିବା ପ୍ରାୟ ୫ଶହ କୋଟି ମୂଲ୍ୟର ଜମି ଅନ୍ତର୍ଭୁକ୍ତ ରହିଛି । ଅଜିତ ପାୱାର ଦୀର୍ଘ ଦିନ ଧରି ଆଇଟି ବିଭାଗ ଟାର୍ଗେଟରେ ଥିଲେ । କିଛି ମାସ ପୂର୍ବରୁ ଆୟକର ବିଭାଗ ପକ୍ଷରୁ ୨ଟି ରିୟଲ ଇଷ୍ଟେଟ ଓ ଅଜିତ ପାୱାରଙ୍କ ସମ୍ପର୍କୀୟଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ୧୮୪ କୋଟିର ବେନାମୀ ସମ୍ପତ୍ତିର ପତ୍ତା ମିଳିଥିଲା । ଆଇଟି ବିଭାଗ ପକ୍ଷରୁ ଗତ ୭ ତାରିଖରୁ ୭୦ରୁ ଅଧିକ ଜାଗା ଉପରେ ଚଢ଼ାଉ କରାଯାଇଛି । ଏହା ମଧ୍ୟରେ ବିଭାଗ ପକ୍ଷରୁ ଅଜିତ ପାୱାରଙ୍କ ପୁଅ ପାର୍ଥ ପାୱାରଙ୍କ ମାଲିକାନାରେ ଥିବା କମ୍ପାନୀ ‘ଅନନ୍ତ ମର୍କ୍ସ ପ୍ରାଇଭେଟ ଲିମିଟେଡ’ ଉପରେ ବି ଚଢ଼ାଉ କରାଯାଇଥିଲା । କେବଳ ସେତିକି ନୁହେଁ, ଅଜିତ ପାୱାରଙ୍କ ଭଉଣୀମାନଙ୍କ ମାଲିକାନାରେ ଥିବା କମ୍ପାନୀଗୁଡ଼ିକ ଉପରେ ମଧ୍ୟ ଚଢ଼ାଉ କରାଯାଇଥିଲା । ଏହାପରେ ଆଜି ସକାଳୁ ସକାଳୁ ଆୟକର ବିଭାଗ ପକ୍ଷରୁ ଅଜିତ ପାୱାରଙ୍କ ୫ସମ୍ପତ୍ତି ସିଜ୍ କରିବାକୁ ଆଦେଶ ଦିଆଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *