News by Maheswar Behera (Athagarh)

ଦେଇଥିବା କଥା ରଖିଲେ ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): ତିଗିରିଆ ବ୍ଲକ ଗଦାଧରପୁର ପଞ୍ଚାୟତ ମାନପୁର ଗ୍ରାମର ବିଜୟ ଶତପଥି ଓ ସୁଜାତା ଶତପଥୀଙ୍କ ଏକମାତ୍ର ପୁଅର ଚିକିତ୍ସା କରାଇ ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ ଅଞ୍ଚଳବାସୀଙ୍କ ପ୍ରୀୟ ଭାଜନ ହୋଇ ପାରିଛନ୍ତି । ଉକ୍ତ ଶତପଥି ଦମ୍ପତ୍ତିଙ୍କ ଏକ ମାତ୍ର ପୁତ୍ର ସନ୍ତାନ ହୋଇଥିବାରୁ ପରିବାର ତାକ ନେଇ କେତେ ସ୍ୱପ୍ନ ଦେଖିଥିଲେ । ହେଲେ ଦାରୁଣ ଦଇବ ତାଙ୍କୁ ଏମିତି ଦୁଃଖ ଦେଲା ଯେ ସେ ବିଚଳିତ ହୋଇପଡ଼ିଥିଲେ । ପିଲାଟିର ଗୋଡ ହାଡ଼ ଧିରେ ଧିରେ ବଙ୍କା ହେବାରେ ଲାଗିଛି । ବିଭିନ୍ନ ଡାକ୍ତରଖାନାରେ ଯାଇ ଚିକିତ୍ସା କରାଇଥିଲେ ହେଲେ ଆର୍ôଥକ ଅବସ୍ଥା ଖରାପ ଥିବାରୁ ଚିକିତ୍ସା କରାଇ ପାରିନଥିଲେ । ଏବେ ଏମ୍ସ ହସ୍ପିଟାଲରେ ଗୋଡର ଅସ୍ତ୍ରୋପଚାର ପାଇଁ ୪ ଲକ୍ଷ ଟଙ୍କାର ଆବଶ୍ୟକତା ରହିଥିବା ଜାଣିବା ପରେ ଦମ୍ପତ୍ତିଙ୍କ ପାଦତଳୁ ମାଟି ଖସି ଯାଇଥିଲା । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଠଗଡର ସମାଜସେବୀ ଲକ୍ଷ୍ମୀ ନାରାୟଣ ଭଞ୍ଜ ମାନପୁର ଗ୍ରାମରେ ପହଞ୍ଚି ବା ସହ ପରିବାରକୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରିବା ସହ ପୁଅର ଚିକତ୍ସା କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ତାଙ୍କ ଦେଇଥିବା କଥାକୁ ରଖି ଶ୍ରୀ ଭଞ୍ଜ ଆଜି ଭୁବନେଶ୍ୱର କିମ୍ସ ହସ୍ପିଟାଲରେ ପିଲାଟିକୁ ଭେଟିବା ସହିତ ଆର୍ôଥକ ସାହାଯ୍ୟ କରିଛନ୍ତି; ଏବଂ ଆଗକୁ ଆବଶ୍ୟକ ହେଲେ ଆହୁରି ସାହାଯ୍ୟ କରିବେ ବୋଲି ତାଙ୍କ ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି ତାଙ୍କରି ଏଭଳି ସହଯୋଗ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

By admin

Leave a Reply

Your email address will not be published. Required fields are marked *