ଦୀପାବଳିରେ କୋଭିଡ ପୀଡିତ ପରିବାରକୁ ଭେଟିଲେ ସାଂସଦ


କଟକ(ଏନ୍‌.ଏମ୍‌.): କାଳୀପୁଜାରେ ସାଂସଦ ସୁବାସ ସିଂହ କଟକ ମହାନଗର ନିଗମ ଅଞ୍ଚଳରେ ମୃତ୍ୟୁ ବରଣ କରିଥିବା କରୋନା ପରିବାରକୁ ଘର ଘର ବୁଲି ସାକ୍ଷାତ କରି ତାଙ୍କର ସମସ୍ୟା ବୁଝିଥିଲେ ଓ ଚଣ୍ଡୀମନ୍ଦିର ନିକଟସ୍ଥ ପ୍ରଭୁଦଉ ସାହୁ ଙ୍କ ପରିବାରକୁ ଯାଇ ତାଙ୍କ ବିଧବା ପନ୍ତୀ ଶ୍ରୀମତୀ ସୁନିତା ସାହୁଙ୍କ ଠାରୁ ବିଭିର୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ଓ ତୁରନ୍ତ କରୋନା ମୃତୁ ସାଟିଫିକାଟେ ୍େୱବସ୍ତା କରିବା ସଂଗେ ସଂଗେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ଘୋଷଣା କରିଥିବା ୫୦ହଜାର ଟଙ୍କା ଭତ୍ତା, ଖାଉଟି କାର୍ଡ, ପିଲାଙ୍କ ପଢାପଢି ସହାୟତା, ବିଜୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ ସମ୍ପର୍କରେ ସମସ୍ତ ପ୍ରକାର ତଥ୍ୟ ପ୍ରଦାନ କରିଥିଲେ । ସିଦ୍ଧେଶ୍ୱରଃ ସାହି ନିବାସୀ ସୟଦ ଇଫତାଖାର ଅଲ୍ଲୀ (ଲାଲ)ଙ୍କ ପରିବାରକୁ ଯାଇ ତାଙ୍କର ଧର୍ମ ପତ୍ନୀ ଯାହାଦେ ଇଫତାଖାରଙ୍କୁ ସାକ୍ଷାତ କରି ସେମାନଙ୍କର ରୋଜଗାରିଆ ସ୍ୱାମୀ ଚାଲିଗଲା ପରେ ୨ଟି ପୁଅ ଓ ଝିଅଙ୍କୁ ଧରି ଦୁଃଖିତ ଅବସ୍ଥାରେ ରହିଥିବାର ଦେଖିଲେ । ସେମାନଙ୍କୁ ସରକାରୀ ସହାୟତା ପହଞ୍ଚାଇବା ପାଇଁ ସାଂସଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରୋନା ସାର୍ଟିଫିକେଟ ପ୍ରଦାନ କରାଯାଇଛି । ସେହିଭଳି ଏହି ଅଞ୍ଚଳର ମୋସେସ ପୀଟର ଦାସଙ୍କର ମଧ୍ୟ କରୋନାରେ ମୃତୁ ଯୋଗୁ ପରିବାର ବେସାହାରା ହୋଇଯାଇଛି । ଓ ମା ଓ ପାଠ ପଢ଼ୁଥିବା ପୁଅଟି ବିନା ଆୟରେ ପରିବାର ଗୁଜୁରାଣ ମେଣ୍ଟାଇବା ଅସମ୍ଭବ ହୋଇପଡୁଛି ଓ ସେମାନଙ୍କର କରୋନା ସାର୍ଟିଫିକେଟ ସହ ସରକାରୀ ସହାୟତା ପ୍ରଦାନ କରିବାକୁ ସାଂସଦ ତାଙ୍କ ବିଧବା ପତ୍ନୀ ପ୍ରଣତି ନାୟକଙ୍କୁ କଥା ପ୍ରତିଶୁତି ଦେଇଥିଲେ । ପୁନଶ୍ଚ କନିକା ଛକସ୍ଥିତ ନିୟୁ କଲୋନୀର ପ୍ରଦ୍ୟୁମ୍ନ କୁମାର ଦାସଙ୍କ ମୃତୁ ପରେ ସାର୍ଟିଫିକେଟ ପାଇ ପାରିନାହାନ୍ତି । ସେହିଭଳି ସରକାରୀ ଚାକିରୀରେ ଟିକେ ସମସ୍ୟା ଥିବାରୁ ସରକାରୀ ସାହାଯ୍ୟ ସୁବିଧା ଆଜି ପର୍ଯ୍ୟନ୍ତ ପାଇପାରିନାହାନ୍ତି । ତାହାର ପ୍ରତିକାର କରିବା ପାଇଁ ପଦକ୍ଷପ ନେବାକୁ ସାଂସଦ ପ୍ରତିଶ୍ରୁତି ଦେଇଛନ୍ତି ଓ ଏହି କାର୍ଯ୍ୟକ୍ରମରେ ୧୦ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ଜ୍ଞାନ ରଞ୍ଜନ ସ୍ୱାଇଁ ଓ ୱାର୍ଡ ସଭାପତି ପରେଶ ନାଥ ଦାସ, ଯୁବ ବିଜେଡି ନେତା ଜଗନ୍ନାଥ ସ୍ୱାଇଁ, ଆସିଫ ହୁସେନ, ପରମିତି ଦାସ, ଖ୍ରୀଷ୍ଟିଆନ କମ୍ୟୁନିଟିର ପ୍ରମୁଖ ନେତା ଚନ୍ଦନ ଦାସ ପ୍ରମୁଖଙ୍କୁ ଏହି ପରିବାରମାନଙ୍କୁ ସମସ୍ତ ପ୍ରକାର ସହାୟତା ପାଇବା ନିମନ୍ତେ ଆବଶ୍ୟକୀୟ କାର୍ଯ୍ୟ କରିବାକୁ ଦାୟିତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *