ଦି ଲିଙ୍କ ପକ୍ଷରୁ ଆନ୍ତର୍ଜାତୀୟ ଚେସ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ଦି ଲିଙ୍କ ପକ୍ଷରୁ ଆନ୍ତର୍ଜାତୀୟ ଚେସ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

News by Umakanta Jena (Cuttack )

#କଟକ(ଏନ୍‌.ଏମ୍‌.): ସ୍ଥାନୀୟ ମଧୁପାଟଣା ଲିଙ୍କରୋଡ ସ୍ଥିତ ଦି ଲିଙ୍କ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଆର୍ନ୍ତଜାତୀୟ ଚେସ ଖେଳାଳୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଖେଳାଳୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ଯୁବପୀଢ଼ିମାନଙ୍କୁ ପ୍ରେରଣା ଦେଇଥିବା ଓଡ଼ିଶା ମାଟି ପାଇଁ ଗୌରବର ବିଷୟ ବୋଲି ସମ୍ବର୍ଦ୍ଧନା ଅବସରରେ ଅତିଥିମାନେ ମତପୋଷଣ କରିଥିଲେ । ଆଇ ଚେସ ସେଣ୍ଟର ସମ୍ପାଦକ ଆଇନଜୀବୀ ମାନସ ପାଣିଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କଟକ ଜିଲ୍ଲା ସେଚ ସଂଘ ପୂର୍ବତନ ସଭାପତି ଅସିତ ମୁଖାର୍ଜୀ ଉଦ୍‌ଘାଟନ କରିଥିବାବେଳେ ମୁଖ୍ୟଅତିଥି ଭାବେ ଭାରତୀୟ ଚେସ ସଂଘ ଯୁଗ୍ମ ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଯୋଗଦେଇ ଆଗାମୀ ଦିନରେ ଚେସ ଖେଳ ପ୍ରତି ଯୁବ ପୀଢ଼ିମାନଙ୍କୁ ଆଗକୁ ଆଣିବା ପାଇଁ ଉଦ୍ୟମ କରାଯିବା ଜରୁରୀ ବୋଲି ମତପ୍ରକାଶ କରିଥିଲେ । ଫଳରେ ଦେଶରେ ଚେସ ଖେଳର ପ୍ରଚାର ପ୍ରସାର ହେବା ସହ ଜନାଦୃତି ଲାଭ କରିବ ବୋଲି କହିଥିଲେ । ସେହି ଭଳି ଚେସ ଖେଳାଳୀମାନଙ୍କୁ ପ୍ରୋତ୍ସାହିତ କଲେ ଯୁବ ପୀଢ଼ି ଏହି ଖେଳପ୍ରତି ଆକୃଷ୍ଟ ହେବା ସହ ଦେଶ ତଥା ରାଜ୍ୟର ସୁନାମ ଆଣିବେ ବୋଲି ସମ୍ମାନିତ ଅତିଥି ଭାବେ ବିବେକ ତିବରୱାଲ କହିଥିଲେ । ମୁଖ୍ୟବକ୍ତା ଭାବେ ଦେବବ୍ରତ ଭଟ୍ଟ ଯୋଗଦେଇ ଓଡ଼ିଶାରେ ଏକ ଉନ୍ନତ ଧରଣର ଚେସ ସେଣ୍ଟର କରି ବିଭିନ୍ନ ବୟସର ଖେଳାଳୀ ମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ଭଲ ଖେଳାଳୀ ସୃଷ୍ଟି କରିବା ଆବଶ୍ୟକ ବୋଲି କହିଥିଲେ । ଏହି ଅବସରରେ ଆନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ୫ଜଣ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରୁଦ୍ରାଶିଷ ମଣ୍ଡଳ ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *