ଦିଲସାନଙ୍କ ସହିତ ଭିଲୱାରା କିଙ୍ଗ୍‌ସ ବିପକ୍ଷରେ କମ୍‌ବ୍ୟାକ କରିବାକୁ ଆଶାବାଦୀ ରହିଛି ଗୁଜୁରାଟ ଜିଆଣ୍ଟସ

ଦିଲସାନଙ୍କ ସହିତ ଭିଲୱାରା କିଙ୍ଗ୍‌ସ ବିପକ୍ଷରେ କମ୍‌ବ୍ୟାକ କରିବାକୁ ଆଶାବାଦୀ ରହିଛି ଗୁଜୁରାଟ ଜିଆଣ୍ଟସ

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ଇଣ୍ଡିଆ କ୍ୟାପିଟାଲ୍ସ ବିପକ୍ଷରେ ଗତ ମ୍ୟାଚରେ ପରାଜିତ ହେବା ପରେ ଗୁଜୁରାଟ ଜିଆଂଟ୍ସ, ମଙ୍ଗଳବାର ବାରବାଟି ଷ୍ଟାଡିୟମ ଠାରେ ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡ ଲିଗ କ୍ରିକେଟ (ଏଲ୍‌ଏଲ୍‌ସି)ର ଭିଲୱାରା କିଙ୍ଗ୍‌ସ ବିପକ୍ଷ ମ୍ୟାଚରେ ଏକ ଜବରଦସ୍ତ କମ୍‌ବ୍ୟାକ ପାଇଁ ପ୍ରସ୍ତୁତ ରହିଛି । ଏହି ମ୍ୟାଚରେ ଗୁଜୁରାଟ ଜିଆଣ୍ଟ ତିଲକରାନ୍ତେ ଦିଲସାନଙ୍କ ଉପରେ ଟିମ୍ ଅଧିକ ଭାବେ ନିର୍ଭରଶୀଳ ରହିବ, ଯେ କି ନିଜ ସମୟରେ ତାଙ୍କର ଆକ୍ରାମଣାତ୍ମକ ବ୍ୟାଟିଙ୍ଗ ଶୈଳୀ, କୌଶଳ ଏବଂ ଟାଇମିଙ୍ଗ ପାଇଁ ପରିଚିତ । ଗତ ରବିବାର ମ୍ୟାଚରେ ଇଣ୍ଡିଆ କ୍ୟାପିଟାଲ୍ସ ବିପକ୍ଷରେ ଦିଲସାନ ୫୯ ବଲରେ ଚମତ୍କାର ୭୫ ରନ ହାସଲ କରିଥିଲେ । ସେହିଭଳି ବିରେନ୍ଦ୍ର ସେହୱାଗଙ୍କ ବଦଳରେ ଜିଆଣ୍ଟ ଟିମର ଅଧିନାୟକତ୍ୱ କରୁଥିବା ଏହି ପୂର୍ବତନ ଶ୍ରୀଲଙ୍କା ଷ୍ଟାଲୱାର୍ଟ ସମଗ୍ର ପାର୍କରେ ତାଙ୍କର ସୁନ୍ଦର ସଟ୍ ସହିତ ଦର୍ଶକଙ୍କୁ ମୁଗ୍ଧ କରିଥିଲେ । ଯଦିଓ ପରିଶେଷରେ ତାଙ୍କର ଭୟଙ୍କର ନକ୍ ବୃଥା ଯାଇଥିଲା । ତଥାପି ମଙ୍ଗଳବାର ମ୍ୟାଚରେ ଦିଲସାନ ନିଜର ସମାନ ଫର୍ମକୁ ବଜାୟ ରଖିବାର ଆଶା ରଖିଛନ୍ତି କିନ୍ତୁ ଏହା ସହଜ ହୋଇନପାରେ ବୋଲି କୁହାଯାଉଛି । ଅପରପକ୍ଷେ ଭିଲୱାର କିଙ୍ଗସ ପାଖରେ ଇରଫାନ ପଠାନ, ୟୁଶୁଫ ପଠାନ ଏବଂ ଏସ ଶ୍ରୀସାନ୍ଥଙ୍କ ଭଳି ଅନେକ ମ୍ୟାଚ ବିଜେତା ରହିଛନ୍ତି । ଯେଉଁମାନେ ବିଜୟ ହାସଲ କରିବାକୁ ବ୍ୟଗ୍ର ରହିଛନ୍ତି । ପୂର୍ବତନ ଇଣ୍ଡିଆ-ଅଲରାଉଣ୍ଡର ୟୁଶୁଫ ଉଭୟ ବ୍ୟାଟ ଏବଂ ବଲ ଉପରେ ଚମତ୍କାର ଫର୍ମ ବଜାୟ ରଖିଛନ୍ତି । ଭିଲୱାରା କିଙ୍ଗ୍‌ସ ମଧ୍ୟ ୱେଷ୍ଟ ଇଣ୍ଡିଜ ପେସର ଫିଡେଲ ଏଡୱାର୍ଡଙ୍କ ଉପରେ ନିର୍ଭର ରହିବ । ଏହି ୪୦ ବର୍ଷୀୟ ସ୍ପିଡଷ୍ଟର ନିଜର ଦ୍ରୁତ ବୋଲିଙ୍ଗ ସହିତ ଇନିଙ୍ଗସ ଆରମ୍ଭରେ ଦିଲସାନଙ୍କ ୱିକେଟ ନେବା ପାଇଁ ପ୍ରୟାସ କରିବେ । ତଥାପି ଗୁଜୁରାଟ ଜିଆଣ୍ଟ ଏହା ଆଶା କରିବେ ଯେ କେଭିନ ଓ’ବ୍ରିଏନ, ଲେଣ୍ଡଲ ସାଇମନ୍ସ ଏବଂ ଥିସାରା ପେରେରାଙ୍କ ଭଳି ବିଗ-ହିଟରମାନେ ମଧ୍ୟ ଏହି ପାର୍ଟିକୁ ଆସନ୍ତୁ । ଜିଆଣ୍ଟସ ଏହାର ଷ୍ଟାର ସ୍ପିନର ଯୋଡ଼ି ଗ୍ରାଏମ ସ୍ୱାନ ଏବଂ ଅଜନ୍ଥା ମେଣ୍ଡିଜଙ୍କ ଉପରେ ଆଶା ରଖିଥିବାବେଳେ ମିଶେଲ ମ୍ୟାକକ୍ଲେଂଘାନ ଏବଂ ଯୋଗିନ୍ଦର ଶର୍ମାଙ୍କ ଭଳି ବୋଲରଙ୍କ ଉପରେ ମଧ୍ୟ ନଜର ରଖିଛି । ଯାହାଦ୍ୱାରା ଟିମ ଶୀଘ୍ର ସଫଳତା ହାସଲ କରିପାରିବ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *