ଦିନରେ ପରିବା ବାଲି, ରାତିରେ ନକଲି ପୁଲିସ

ଦିନରେ ପରିବା ବାଲି, ରାତିରେ ନକଲି ପୁଲିସ
ଚାନ୍ଦା ଆଦାୟ ମାମଲାରେ ମହିଳାଙ୍କୁ କୋର୍ଟ ଚାଲାଣ

News by Akshya Biswal (Rairangpur)

ରାଇରଙ୍ଗପୁର(ଏନ୍‍.ଏମ୍‍.): ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନୁରୁବାଦଡା ଗ୍ରାମରେ ଜନୈକା ମହିଳା ପୁଲିସ ପୋଷାକ ପିନ୍ଧି ସେହି ଗ୍ରାମର କାଳୀପଦ ମହାନ୍ତଙ୍କ ଘରକୁ ଯାଇ ପୁଲିସର ଭୟ ଦେଖାଇ ୨୦,୦୦୦ ଟଙ୍କା ଚାନ୍ଦା ମାଗିବା ଅଭିଯୋଗରେ ଆଜି କୋର୍ଟ ଚାଲାଣ ହୋଇଛନ୍ତି । ସୂଚନାଯୋଗ୍ୟ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ କୁଚେଇବୁଡି ଗ୍ରାମର ପ୍ରଭାତି ମହାନ୍ତ (୨୮) ରାଇରଙ୍ଗପୁର ଦୁର୍ଗା ମଣ୍ଡପ ଛକରେ ପରିବା ଦୋକାନ ଚଳାନ୍ତି । ଏଥିସହିତ ବିଭିନ୍ନ ଅନୈତିକ ଓ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ପୂର୍ବରୁ ତାଙ୍କ ନାମରେ ଅଭିଯୋଗ ଅଛି । ତେବେ ସେ ପୁଲିସ ପୋଷାକରେ ଏକ ନାଲି ରଙ୍ଗର ସ୍କୁଟି (ଓଡି ୧୧ ଡବ୍ଲୁ୫୦୮୪)ରେ ନୂରୁବାଦଡା ଗ୍ରାମର କାଳିପଦ ମହାନ୍ତଙ୍କ ଘରକୁ ଯାଇ ତାଙ୍କ ଘରେ ପଶି ଏକ ହତ୍ୟା ମାମଲାରେ ତାଙ୍କ ପୁଅର ସଂପୃକ୍ତି ନେଇ ୨୦,୦୦୦ ଟଙ୍କା ଚାନ୍ଦା ମାଗୁଥିଲେ । ନହେଲେ ରାଇରଙ୍ଗପୁର ଟାଉନ ଥାନାକୁ ଚାଲ ବୋଲି ପରିବାର ବର୍ଗଙ୍କୁ ଧମ କାଉଥିଲେ । ପାଟିତୁଣ୍ଡ ଶୁଣି ଗାଁ ଲୋକେ ସେଠାରେ ପହଁଚି ଥିଲେ । ପ୍ରତିଭାର ଚାଲି ଚଳଣ, ଠାଣି ଏବଂ କଥାବାର୍ତ୍ତା ଦେଖି ଗ୍ରାମବାସୀ ସନ୍ଦେହ କରି ଥାନାକୁ ଜଣାଇଥିଲେ ।ପୋଲିସ ପହଞ୍ଚି ତଦନ୍ତ କରିବା ସହ ନକଲି ମହିଳା ପୁଲିସଙ୍କୁ ଧରି ଥାନାରେ ଅଟକ ରଖି ଏକ କେଶ ମାମଲା ୧୨୧/୨୩ ରୁଜୁ କରିବା ସହ ତଦନ୍ତ ଜାରି ରଖିଥିଲେ । ପରେ ନକଲି ମହିଳା ପୁଲିସଙ୍କ ପାଖରୁ ସ୍କୁଟି, ମୋବାଇଲ, ପୁଲିସ ପୋଷାକ, ଜେଲର ଆର୍ମଡ ବେଚ, ବେଲଟ, ଜୋତା ଜବତ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *