ଦାମୋଦର ସାହୁ ପାଇବେ ରାଧାନାଥ ରଥ ସମାଜସେବା ସମ୍ମାନ

ଦାମୋଦର ସାହୁ ପାଇବେ ରାଧାନାଥ ରଥ ସମାଜସେବା ସମ୍ମାନ


କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଜନ ସେବକ ତଥା ହିନ୍ଦ ସେବକ ସଂଘର ରାଷ୍ଟ୍ରୀୟ ସଭାପତି ଦାମୋଦର ସାହୁଙ୍କୁ ତାଙ୍କର ଉଲ୍ଲେଖନୀୟ ସମାଜସେବା ପାଇଁ ଚଳିତ ବର୍ଷର ମର୍ଯ୍ୟାଦାପୂର୍ଣ୍ଣ ରାଧାନାଥ ରଥ ସମାଜସେବା ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି । ଏହି ଅବସରରେ ରାଧାନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଡିସେମ୍ବର ୬ତାରିଖରେ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ଜୟନ୍ତୀ ଉତ୍ସବରେ ଶ୍ରୀ ସାହୁଙ୍କୁ ୫୦ ବର୍ଷର ନିରବଚ୍ଛିନ୍ନ ସେବା କାର୍ଯ୍ୟ ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ । ଟ୍ରଷ୍ଟ ସଭାପତି ନ୍ୟାୟମୂର୍ତ୍ତି ଅନନ୍ତ ସୂର୍ଯ୍ୟନାରାୟଣ ନାଇଡ଼ୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଉପସଭାପତି ଡକ୍ଟର ସତ୍ୟ ରାୟ, ସାଧାରଣ ସମ୍ପାଦକ ମନୋରଞ୍ଜନ ପଟ୍ଟନାୟକ, ସଂଗଠନ ସମ୍ପାଦକ ଦ୍ୱୀପାୟନ ପଟ୍ଟନାୟକ, ମୀରା ବେଉରା, ଯୁଗ୍ମ ସମ୍ପାଦକ ରଞ୍ଜନ ମହାପାତ୍ର, ପ୍ରଶାନ୍ତ ଦାସ, କେଦାର ନାଥ ବେହେରା ପ୍ରମୁଖ ଯୋଗଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *