ଥାନାଧିକାରୀଙ୍କ ଦାୟିତ୍ୱ ଗ୍ରହଣ


କଟକ (ଗଜେନ୍ଦ୍ର ଦାସ) : କଟକ ସଦର ଥାନାର ନୂତନ ଥାନାଧିକାରୀ ଭାବେ ଓମ ପ୍ରକାଶ ମହାନ୍ତି ଦାଇତ୍ୱ ଗ୍ରହଣ କରିଛନ୍ତି । ଏନେଇ କଟକ ମହାନଗର ନିଗମ ୫୮ ନଂ ୱାର୍ଡ ପ୍ରତାପନଗରୀ ଗାଁର ମାଁ ଧାକୁଳେଇ ଗ୍ରାମ୍ୟଉନ୍ନୟନ କମିଟି ପକ୍ଷରୁ ଥାନାଧିକାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। କାର୍ଯ୍ୟକ୍ରମରେ କମିଟି ସଭାପତି ପ୍ରମୋଦ କୁମାର ସ୍ୱାଇଁ, ସମ୍ପାଦକ ପଅ୍ରମୋଦ କୁମାର ବେହେରା, ସହ ସମ୍ପାଦକ ବାଦଲ କୁମାର ଜେନା, କୋଷାଧ୍ୟକ୍ଷ ବାଦଲ କୁମାର ସ୍ୱାଇଁ, ରଣଜିତ ସ୍ୱାଇଁ, ଟୁନା ବେହେରା, ଅତୁଲ୍ୟ ରାଉତ, ସୁରେଶ ରାଉତ, ବିଭୂତି ବେହେରା, କିଶୋର ବେହେରା, ନିରଞ୍ଜନ ରାଉତ ପ୍ରମୁଖ ଏହି ଅବସରରେ ଉପସ୍ଥିତି ଥିଲେ। କୌଣସି ଲୋକ ଯେପରି ନ୍ୟାୟ ପାଇବାରୁ ବଂଚିତ ନହୁଅନ୍ତୁ ସେଥିପ୍ରତି ଦୃଷ୍ଟି ଦେବି ବୋଲି ଥାନାଧିକାରୀ ଶ୍ରୀ ମହାନ୍ତି କହିଛନ୍ତି। ଶ୍ରୀ ମହାନ୍ତି ପୂର୍ବରୁ ଜଗତପୁର ଥାନାରେ କାର୍ଯ୍ୟକରୁଥିଲେ।

Leave a Reply

Your email address will not be published. Required fields are marked *