News by I&PR Odisha

ତ୍ରୟୋଦଶ ସେକ୍ରେଟେରିଏଟ ଓପନ ବ୍ୟାଡମିଣ୍ଟନ ଚାମ୍ପିୟନସିପ ଉଦଯାପିତ

News by I&PR Odisha

#ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଶା ରାଜ୍ୟ ସଚିବାଳୟ ବ୍ୟାଡମିଣ୍ଟନ ସଂଘ (ଓସସବା) ଆନୁକୂଲ୍ୟରେ ସଚିବାଳୟ ପରିସରରେ ଗତ ତିନିଦିନ ଧରି ଚାଲିଥିବା ଏସ୍‌ବିଆଇ କପ୍ ତ୍ରୟୋଦଶ ସେକ୍ରେଟେରିଏଟ୍ ଓପନ୍ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ଶତାଧିକ ଖେଳାଳି ଅଂଶଗ୍ରହଣ କରିଥିଲେ । ମହିଳା ସିଙ୍ଗିଲ୍ସ ଫାଇନାଲରେ ଅଶ୍ୱସ୍ତି ପ୍ରଧାନ ବିଜେତା ଏବଂ ମୋନାଲି ପ୍ରଧାନ ଉପବିଜେତା ହୋଇଛନ୍ତି । ସିନିଅର ପୁରୁଷ ସିଙ୍ଗିଲ୍ସ ଫାଇନାଲରେ ମନ୍‌ଜିତ୍ ସାବତ ଚାମ୍ପିୟନ ଓ ଦୀପରଞ୍ଜନ ବିଷୋୟୀ ଉପବିଜେତା ହୋଇଛନ୍ତି । ସେହିଭଳି ସିନିଅର ପୁରୁଷ ଡବଲ୍ସ ଫାଇନାଲରେ ଦୀପ୍‌ରଞ୍ଜନ ବିଷୋୟୀ ଏବଂ ରାଜେଶ ଦାଶଙ୍କ ଯୋଡ଼ି ମୋତିଲାଲ କାଲୋ ଓ ରୁଣ୍ଟୁ କୁମାର ସାହୁଙ୍କ ଯୋଡିକୁ ପରାସ୍ତ କର ଚାମ୍ପିୟନ ହୋଇଛନ୍ତି । ମିଶ୍ରିତ ଯୁଗଳ ବର୍ଗରେ ଅଶ୍ୱସ୍ତି ପ୍ରଧାନ ଓ ରାଜେଶ ଦାଶଙ୍କ ଯୋଡି ମୋତିଲାଲ କାଲୋ ଓ ମୋନାଲି ପ୍ରଧାନଙ୍କ ଯୋଡିକୁ ପରାସ୍ତକରି ଚାମ୍ପିୟନ ହୋଇଛନ୍ତି । ଭେଟେରାନ୍ ପୁରୁଷ ସିଙ୍ଗିଲ୍ସ ଫାଇନାଲରେ ମହେନ୍ଦ୍ର କୁମାର ବାରିକ ବିଜେତା ଓ କୁମାର ନାୟକ ଉପବିଜେତା ହୋଇଛନ୍ତି । ଭେଟେରାନ୍ ପୁରୁଷ ଡବଲ୍ସ ଫାଇନାଲରେ ମହେନ୍ଦ୍ର କୁମାର ବାରିକ ଓ ଦେବ ଦୁଲ୍ଲଭ ଦାସଙ୍କ ଯୋଡି ବିଜେତା ଓ ଅଶୋକ କୁମାର ଦୀକ୍ଷିତ ଓ କୁମାର ନାୟକଙ୍କ ଯୋଡି ଉପବିଜେତା ହୋଇଛନ୍ତି ।
ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଓ.ଏସ.ଡି ପିନାକୀ ପଟ୍ଟନାୟକ ଏବଂ ସମ୍ମାନନୀୟ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏ.ଜି.ଏମ ମାନସ ରଞ୍ଜନ ଆଚାର୍ଯ୍ୟ ଯୋଗଦେଇ ଓସସବାର ଏହି ଉଦ୍ୟମକୁ ପ୍ରଶଂସା କରିବା ସହ କୃତି ଖେଳାଳିମାନଙ୍କୁ ଟ୍ରଫି ସହ ୫୦ ହଜାର ଟଙ୍କାର ନଗଦ ପୁରସ୍କାର ରାଶି ବିତରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର କାର୍ଯ୍ୟକାରୀ ସଭାପତି ଉମାଶଙ୍କର ମହାପାତ୍ର, ଉପସଭାପତି ବିଶ୍ୱଜିତ ମହାନ୍ତି, ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ରାଉତ, ଗେମ ଡିରେକଟର ଶଶାଙ୍କ ଶେଖର ମହାପାତ୍ର ଓ କୋଷାଧ୍ୟକ୍ଷ ବରେଶ ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ମନୋଜ କୁମାର ସାବତ ମୁଖ୍ୟ ରେଫରୀ ଭାବେ ଟୁର୍ନାମେଣ୍ଟର ସୁପରିଚାଳନା କରିଥିଲେ । ସଂଘର ଯୁଗ୍ମସଚିବ ଦ୍ୱୟ ଶ୍ୱେତାମ୍ବର ନାୟକ କାର୍ଯ୍ୟକ୍ରମକୁ ଉପସ୍ଥାପନ କରିଥିଲେ ଓ କାହ୍ନୁ ଚରଣ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ ।

By admin

Leave a Reply

Your email address will not be published. Required fields are marked *