ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଷ୍ଟାଲିନ୍‌

ଚେନ୍ନାଇ : ଡିଏମ୍‌କେ ମୁଖ୍ୟ ଏମ୍‌.କେ ଷ୍ଟାଲିନ୍‌ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶୁକ୍ରବାର ଶପଥ ଗ୍ରହଣ ​କରିଛନ୍ତି। ରାଜଭବନ ପରିସରରେ ଆୟୋଜିତ ସମାରୋହରେ ସେ ପଦ ଓ ଗୋପନୀୟତର ଶପଥ ନେଇଛନ୍ତି। ଶପଥ ଗ୍ରହଣ ପୂର୍ବରୁ ପ୍ରସ୍ତାବିତ ମନ୍ତ୍ରିମଣ୍ଡଳର ରୂପରେଖ ଘୋଷଣା କରିଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ ଦଳର ପୁରୁଖା ନେତାମାନଙ୍କୁ ସ୍ଥାନ ଦିଆଯାଉଛି। ବିଧାୟକ ଦଳ ନେତା ନିର୍ବାଚିତ ହେବା ପରଠାରୁ ଷ୍ଟାଲିନ୍‌ ମନ୍ତ୍ରିମଣ୍ଡଳର ରୂପରେଖ ନେଇ ପ୍ରସ୍ତୁତି ଚଳାଇଥିଲେ। ଇତିମଧ୍ୟରେ ଦଳର ନେତୃତ୍ବ ବିବାଦ ନେଇ ଷ୍ଟାଲିନଙ୍କଠାରୁ ଦୂରେଇ ଯାଇଥିବା ଭାଇ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌.କେ ଆଲାଗିରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି। ୨୦୦୬ରୁ ୨୦୧୧ ପର୍ଯ୍ୟନ୍ତ ବାପା ଏମ୍‌. କରୁଣାନିଧିଙ୍କ ମନ୍ତ୍ରିମଣ୍ଡଳରେ ଷ୍ଟାଲିନ୍‌ ଉପମୁଖ୍ୟମନ୍ତ୍ରୀ ଥିଲେ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *