ତରୋଳ ବେହେରା ସାହିରେ ରଜ ମହୋତ୍ସବ ଉଦ୍ଘାଟିତ

ତରୋଳ ବେହେରା ସାହିରେ ରଜ ମହୋତ୍ସବ ଉଦ୍ଘାଟିତ
ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୯ନମ୍ବର ୱାର୍ଡର ତରୋଳ ବେହେରା ସାହିରେ ରଜମହୋତ୍ସବ ଉଦଘାଟିତ ହୋଇଯାଇଛି । ସମାଜସେବୀ ଅଲେଖ ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଏମସି ଡେପୁଟୀ ମେୟର ଦମୟନ୍ତୀ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ କର୍ପୋରେଟର ନବକିଶୋର ସ୍ୱାଇଁ, ତରୋଳ ଗ୍ରାମ କମିଟି ସଭାପତି ହେମରାଜ ବିଶ୍ୱାଳ, କୁଳମଣି ବେହେରା, ମାନସ ପରିଡା, କାର୍ତ୍ତିକ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଗ୍ରାମର ଝି ମାନେ ଆଣିଥିବା ହାତ ତିଆରି ପୋଡ ପିଠା, ଆରିସା ପିଠା, ଚକୁଳି ପିଠା, ପୁର ଇଟିଲି ପିଠା, ମୁଆଁ ପିଠା, ରଜ ପାନ ଇତ୍ୟାଦି ପ୍ରଦର୍ଶନୀ ବୁଲି ଦେଖିବା ସହ ସ୍ୱାଦର ମଜା ନେଇଥିଲେ । ଏହି ଅବସରରେ ଗ୍ରାମର ଝିଅମାନେ ଡେପୁଟୀ ମେୟରଙ୍କୁ ବାଉଁଶ ଦୋଳିରେ ବସାଇ ଆନୁଷ୍ଠାନିକ ଭାବେ ରଜ ଦୋଳିର ଶୁଭାରମ୍ଭ କରିଥିଲେ । ଝିଅମାନେ ପାରମ୍ପରିକ ଓଡ଼ିଆ ଘରର ଶାଢ଼ୀ ପିନ୍ଧି ସଜବାଜ ହୋଇ କ୍ୱିଜ ପ୍ରତିଯୋଗିତା, ହୁଳହୁଳି ପ୍ରତିଯୋଗିତା ଓ ଶଙ୍ଖ ଫୁଙ୍କା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଗ୍ରାମର ଝିଅମାନେ ପ୍ରତିବର୍ଷ ପାଳନ କରି ଆସୁଥିବା ଏପରି ନିଆରା ପରମ୍ପରାକୁ ଉପସ୍ଥିତ ଅତିଥିମାନେ ସାଧୁବାଦ ଜଣେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବେଣୁଧର ପରିଡା, ଭାଗ୍ୟଶ୍ରୀ ବେହେରା, ଦେବସ୍ମିତା ପରିଡା, ମୋନାଲିସା ବେହେରା, ସୁନିତା ବିଶ୍ୱାଳ, ଅର୍ପିତା ବେହେରା, ମଧୁସ୍ମିତା ପରିଡା, ଅଲିସା ମହାପାତ୍ର, ଶୁଭସ୍ମିତା ବେହେରା, ସସ୍ମିତା ବେହେରା, ଜ୍ୟୋତିର୍ମୟୀ ପରିଡା, ବର୍ଷାରାଣୀ ଦାସ, ନିବେଦିତା ନାୟକ, ନିରୂପମା ନାୟକ, ଶୁଭଶ୍ରୀ ବେହେରା, ଶିଖାରାଣୀ ପରିଡା, ତନୁଶ୍ରୀ ବେହେରା, ପ୍ରାଚୀ ବିଶ୍ୱାଳ, ଜୟଶ୍ରୀ ବେହେରା, ପ୍ରିୟଙ୍କା ପରିଡା ପ୍ରମୁଖ ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *