ଡେଙ୍ଗୁ ପାଇଁ ସିଏମସିର ଅପାରଗତା ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ସହରବାସୀ: ଏସ୍‌.ୟୁ.ସି.ଆଇସି

ଡେଙ୍ଗୁ ପାଇଁ ସିଏମସିର ଅପାରଗତା ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ସହରବାସୀ: ଏସ୍‌.ୟୁ.ସି.ଆଇସି

News by Padmalochan Mishra (Cuttack)

#କଟକ(ଏନ୍‍.ଏମ୍‍.): କଟକ ସହରରେ ଡେଙ୍ଗୁ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ମାତ୍ର ସିଏମସି କେବଳ ଲୋକଦେଖାଣିଆ ସଚେତନତା କରି ପ୍ରଚାର ପ୍ରସାର ଦିଗରେ ଗୁରୁତ୍ୱ ଦେଉଥିବାବେଳେ ସହରବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ଆଦୌ ଧ୍ୟାନ ଦେଉନଥିବା ଏସୟୁସିଆଇସି ପକ୍ଷରୁ ଅଭିଯୋଗ ହୋଇଛି । କଟକ ସହରରୁ ଯୁଦ୍ଧକାଳୀନ ଭିତ୍ତିରେ ଡେଙ୍ଗୁ ନିରାକରଣ ପାଇଁ ପଦକ୍ଷେପ ଗ୍ରହଣ କରିବା, ସହରର ପରିମଳ ଓ ସଫେଇ କାର୍ଯ୍ୟର ଘରୋଇକରଣ ବନ୍ଦ କରିବା, ବେପରୁଆ ଜାଇକା କାମ ଯୋଗୁଁ ନଷ୍ଟ ହୋଇଯାଇଥିବା ରାସ୍ତାର ନିର୍ମାଣ ଏବଂ ସୃଷ୍ଟି ହୋଇଥିବା ଖାଲଢିପକୁ ତୁରନ୍ତ ମରାମତି କରିବା, ଦିନକୁ ଦୁଇଥର ମଶାତେଲ ଓ ଧୂଆଁ ପ୍ରୟୋଗ କରିବା, ଜଗତପୁର ଶିଳ୍ପାଞ୍ଚଳରେ ଦୂଷିତ ଜଳର ନିଷ୍କାସନ ବ୍ୟବସ୍ଥା କରିବା, ଭୟାନକ ଡେଙ୍ଗୁ ପରିସ୍ଥିତିର ଜରୁରୀକାଳୀନ ମୁକାବିଲା କରିବା ପାଇଁ ଅଧିକ ସଂଖ୍ୟକ ସଫେଇ କର୍ମଚାରୀ ନିଯୁକ୍ତି କରିବା, ଭଙ୍ଗା ଡ୍ରେନ ଓ ନାଳ ଗୁଡିକର ତୁରନ୍ତ ମରାମତି କରିବା ଦାବି ଏସୟୁସିଆଇସି ପକ୍ଷରୁ ସିଏମସି ସମ୍ମୁଖରେ ବିକ୍ଷୋଭ କରାଯିବା ସହ ସ୍ମାରକପତ୍ର ପ୍ରଦାନ କରାଯାଇଛି । କଟକ ଜିଲ୍ଲା କମିଟି ଅଫିସ ସମ୍ପାଦକ ଖଗେଶ୍ୱର ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ଜିଲ୍ଲା କମିଟି ସଭ୍ୟ ବସନ୍ତ ନାୟକ, ରାଜକିଶୋର ମଲ୍ଲିକ, ବବି ବଳବନ୍ତରାୟ, ସିଦ୍ଧାର୍ଥ ରଥ, ଦିପକ ଦାସ, ଭାଗ୍ୟରବି ଦାସ, ବିନୋଦ ସେଠୀ, ଇଶା ଧର, ତରୁଣସେନ ନାୟକ, ଶିବାନୀ ସାହୁ, ଶୁଭଶ୍ମିତା ସାହୁ, ପାଭେଲ ପ୍ରିୟଦର୍ଶନ,ସୋଭା ଦେହୁରୀ, ସିପ୍ରା ମହାନ୍ତି, ସ୍ୱାଧୀନ ବେହେରା, ଜ୍ୟୋତ୍ସାରାଣୀ ଦାସ, ଝରଣା ଦାସ ପ୍ରମୁଖ ସାମିଲ ହୋଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *