ଡିଜିପିଙ୍କ ଉପସ୍ଥିତିରେ ୨ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ଡିଜିପିଙ୍କ ଉପସ୍ଥିତିରେ ୨ଜଣ ମାଓବାଦୀଙ୍କ ଆତ୍ମସମର୍ପଣ


ମାଲକାନଗିରି (ଏନ୍‌.ଏମ୍‌.): ଆଜି ପୁଲିସ ମହାନିର୍ଦ୍ଦେଶକ ଅଭୟ ମାଲକାନଗିରି ଗସ୍ତରେ ଯାଇଥିବାବେଳେ ତାଙ୍କ ଉପସ୍ଥିତିରେ ୨ଜଣ କୁଖ୍ୟାତ ମାଓବାଦୀ ତଥା ମାଓ କମାଣ୍ଡର ରାମେ ପୋଦିଆମୀ ଓରଫ ସବିତା ଓ ରାଇଧର ଧୁରୁଆ ଆଜି ଆତ୍ମସମର୍ପଣ କରିଛନ୍ତି । ସବିତା ତମନପଲ୍ଲୀ ଗ୍ରାମ, ଟିଗଲ ପଞ୍ଚାୟତ ମାଲକାନାଗିରି ଜିଲ୍ଲାର ଓ ସେ ୨୦୦୦ ମସିହାରେ ସିପିଆଇ(ମାଓଇଷ୍ଟ) ପାର୍ଟିରେ ଯୋଗଦେବା ପରେ ବିଭିନ୍ନ ତାଲିମ ନେଇ କମାଣ୍ଡର ପାଲଟି ଯାଇଥିଲେ । ସେହିଭଳି ରାଇଧର ମାଲକାନାଗିରି, ମାଥିଲି ଥାନା ଅନ୍ତର୍ଗତ କାର୍ଟଣପଲ୍ଲୀ ପଞ୍ଚାୟତ ଦଲଦଲ୍ଲୀ ଗ୍ରାମର ବୋଲି ଜଣାପଡ଼ିଛି । ରାଇଧର ୨୦୧୭ ମସିହାରେ ସିପିଆଇ(ମାଓଇଷ୍ଟ) ପାର୍ଟିରେ ଯୋଗଦେଇଥିଲେ । ତେବେ ଉଭୟେ ବହୁ ହିଂସାତ୍ମକ କାଣ୍ଡ ସୃଷ୍ଟି କରିଥିବା ପୁଲିସ ନିକଟରେ ସ୍ୱୀକାର କରିଛନ୍ତି । ମାତ୍ର । ରାଜ୍ୟସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ତଥା ମାଓବାଦୀମାନେ ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ଥଇଥାନ ମିଳିବା ଘୋଷଣା କରିବା ପରେ ସେ ଏଥିରେ ଅନୁପ୍ରାଣିତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆଜି ଆତ୍ମସମର୍ପଣ କରିଥିବା ଉଭୟ ମାଓବାଦୀ କହିଛନ୍ତି । ଆଜି ଡିଜିପି ଶ୍ରୀ ଅଭୟ ମାଓବାଦୀଙ୍କ ସ୍ଥିତି ସମୀକ୍ଷା ନେଇ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ସହ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମାଲକାନଗିରି ଥାନା ଅନ୍ତର୍ଗତ ଟେମୃପାଲିରେ ପହଥିଲେ । ଏହି ଅବସରରେ ଡିଜିପିଙ୍କ ଉପସ୍ଥିତିରେ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏଥି ସହିତ ଟେମୃପାଲି ଠାରେ ଥିବା ବିଏସଏଫ କ୍ୟାମ୍ପରେ ସୁରକ୍ଷାକର୍ମୀଙ୍କ ସହ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ମାଲକାନଗିରି ବରିଷ୍ଠ ପୁଲିସ ଓ ବିଏସଏଫ ଅଧିକାରୀଙ୍କ ସହ ଡିଜି ବୈଠକ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *