ଟର୍ନାଣ୍ଟ ଆୟୁର୍ବେଦିକ କମ୍ପାନୀ ବିରୁଦ୍ଧରେ ଅପପ୍ରଚାରକୁ ନିନ୍ଦା

ଟର୍ନାଣ୍ଟ ଆୟୁର୍ବେଦିକ କମ୍ପାନୀ ବିରୁଦ୍ଧରେ ଅପପ୍ରଚାରକୁ ନିନ୍ଦା

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): ଆୟୁଷ ମନ୍ତ୍ରାଳୟ ଦ୍ୱାରା ସିକୃତି ପ୍ରାପ୍ତ ଟର୍ନାଣ୍ଟ ଆୟୁର୍ବେଦିକ ଔଷଧ କମ୍ପାନୀ ସମଗ୍ର ଭାରତ ବର୍ଷରେ ଲୋକମାନଙ୍କୁ ସେବା ଯୋଗାଇ ଦେଇ ଆସୁଛି । ଏହି ଟର୍ନାଣ୍ଟ ଆୟୁର୍ବେଦ ଔଷଧ ୨୦୧୮ ମସିହାରୁ ବଜାର ପ୍ରବେଶ କରିସାରିଛି । ଏହାକୁ ମୁଖ୍ୟତଃ କୃଷି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିନିଯୋଗ କରାଯାଉଛି । ବିଭିନ୍ନ ଦୁରାରୋଗ୍ୟ ଯଥା ମଧୁମେହ, ଉଚ୍ଚ ରକ୍ତଚାପ, ଅର୍ଶ, ମଳକଣ୍ଟକ ଆଦି ନାନାଦି ଦୁରାରୋଗ୍ୟ ଏହି ଔଷଧ ଦ୍ୱାରା ଉପଶମ ହୋଇପାରୁଛି । ଖୁବ ଅଳ୍ପ ଦିନ ମଧ୍ୟରେ ଏହା ସମଗ୍ର ଦେଶରେ ଲୋକପ୍ରିୟତାର ଶିଖର ଛୁଇଁ ପାରିଥିବାଥିବା ବେଳେ ଏହାକୁ ଅନ୍ୟ ପ୍ରତିଦ୍ୱନ୍ଦୀମାନେ ଈର୍ଷାନିତ୍ୱ ହୋଇ ଏକ ବୈଦ୍ୟୁତିକ ଗଣମାଧ୍ୟମରେ ଅନ୍ୟ ଏକ ନକଲି ଔଷଧ ସଂକ୍ରାନ୍ତୀୟ ଖବର ଥିବା ଫଟୋକୁ ବଦଳାଇ ଟର୍ନାଣ୍ଟ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଔଷଧ ଥିବା ଫଟୋକୁ ଯୋଡ଼ି ଅପପ୍ରଚାର ଚଳାଇବା ଦୁର୍ଭାଗ୍ୟ ଜନକ ବୋଲି କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । ଯାହାକୁ ନେଇ କମ୍ପାନୀର ସର୍ବ ଭାରତୀୟ ପରିଚାଳନା ମୁଖ୍ୟ ଅନନ୍ତ ହାତଗେନ କହିଛନ୍ତି ଯେ, ଏହି ଅପପ୍ରଚାର ହେଉଥିବା ଖବର ପ୍ରସାରଣକୁ ଯଦି ରୋକାନଯାଏ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ଅନ୍ଦରପୂର ଠାରେ ଟର୍ନାଣ୍ଟ କମ୍ପାନୀର ଏକ ଶାଖା କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା ମୁଖ୍ୟ ହେମନ୍ତ କୁମାର ପାଇକରାୟ ସୂଚନା ପ୍ରଦାନ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *