ଜୟ ମା’ ବିରଜା ଭାଇ ଭଉଣୀ ଟ୍ରଷ୍ଟ ପକ୍ଷରୁ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

ଜୟ ମା’ ବିରଜା ଭାଇ ଭଉଣୀ ଟ୍ରଷ୍ଟ ପକ୍ଷରୁ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

News by Rajendra Pradhan (Cuttack)

#କଟକ(ଏନ୍‍.ଏମ୍‍.): ଜୟ ମା’ ବିରଜା ଭାଇ ଭଉଣୀ ଟ୍ରଷ୍ଟ ଅନୁଷ୍ଠାନ ପରିବାର ପକ୍ଷରୁ ସ୍ଥାନୀୟ ଖାନନଗରସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ଠାରେ ଅସହାୟ ଗରିବ ବୃଦ୍ଧ ବୃଦ୍ଧାମାନଙ୍କୁ ଶୀତବସ୍ତ୍ର ବିତରଣ କରାଯାଇଛି । ଏହି ଅନୁଷ୍ଠାନ ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ସମାଜସେବା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏହି ଅବସରରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ସେଠାରେ ଭିକ୍ଷାବୃତ୍ତି କରୁଥିବା ପୁରୁଷ ମହିଳାମାନଙ୍କୁ ଧୋତି, ଶାଢ଼ୀ, କମ୍ବଳ ସହ ଶୁଖିଲା ଖାଦ୍ୟ ବିତରଣ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ଡାକ୍ତର ସରୋଜ ଜେନାଙ୍କ ନେତୃତ୍ୱରେ ସଭାପତି ଟୁକୁନା ଡାକୁଆ, ପ୍ରମୋଦ ମଲ୍ଲିକ, ଜୟ ସାଇ ରାଜ, ମଧୁସ୍ମିତା ରାୟ, ଅଜୟ ଦାସ, ରବୀନ୍ଦ୍ର ଜେନା, ମନୋଜ କୁମାର ସେନାପତି, ପ୍ରଶାନ୍ତ ସାମଲ, ରଶ୍ମିରଞ୍ଜନ ନାୟକ, ନାରାୟନ ତରେଇ, ଅର୍ଜୁନ ନାୟକ, ଗୀତା ଚାନ୍ଦିନୀଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *