ଜୟ ଭାରତ ଫାଉଣ୍ଡେସନର ୨୩ତମ ଭାରତ ପ୍ରତିଭା ସମ୍ମାନ

ଜୟ ଭାରତ ଫାଉଣ୍ଡେସନର ୨୩ତମ ଭାରତ ପ୍ରତିଭା ସମ୍ମାନ
ଅଲମ୍ପିୟାଡ ପ୍ରମୋଦ ଭଗତ ପାଇବେ ‘ଭାରତ ଗୌରବ’ ସମ୍ମାନ

News by Smruti Ranjan Tripathy (Cuttack)

କଟକ(ଏନ୍‌.ଏମ୍‌.): ଦେଶରେ ଓଡ଼ିଶାର ଗରିମାକୁ ବଢଇଥିବା ଅନନ୍ୟ ପ୍ରତିଭାଙ୍କୁ ପ୍ରତିବର୍ଷ ପରି ଚଳିତବର୍ଷ ‘ଜୟ ଭାରତ ଫାଉଣ୍ଡେସନ’ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ । ଚଳିତବର୍ଷ ଦେଶ ପାଇଁ ବ୍ୟାଡମିଣ୍ଟନ ଖେଳି ସ୍ୱର୍ଣ୍ଣପଦକ ହାସଲ କରିଥିବା ପାରା ଅଲମ୍ପିୟାଡ ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ‘ଭାରତ ଗୌରବ’ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଫାଉଣ୍ଡେସନର ଜୁରୀ କମିଟି ନିଷ୍ପତ୍ତି ନେଇଛନ୍ତି । ସେହିପରି ସାହିତ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କଥାକାର ପ୍ରଫେସର ଡକ୍ଟର ଦାଶରଥି ଦାସଙ୍କୁ ‘କଥା ଭାରତ’, ପ୍ରଶାସନିକ ସେବା କ୍ଷେତ୍ରରେ ଓଡିଶାର ସମ୍ମାନକୁ ଦେଶରେ ଉଚ୍ଚା ରଖିଥିବା ଓଡିଆ ପୁଅ ଆଇଆରଏସ ମନୋରଞ୍ଜନ ପ୍ରାଣିଗ୍ରାହୀଙ୍କୁ ‘ସେବା ଭାରତ’, ମହିଳା କ୍ରିକେଟ ଖେଳରେ ଭାରତ ପାଇଁ ପ୍ରତିନିଧିତ୍ୱ କରୁଥିବା ଓଡିଶାର ଝିଅ ମଧୁସ୍ମିତା ବେହେରାଙ୍କୁ ‘କ୍ରୀଡା ଭାରତ’, ଓଡିଶା ସିନେ ଜଗତକୁ ପ୍ରତ୍ୟେକ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଭେଟେରାନ କଳାକାର ତଥା ପ୍ରଯୋଜକ, ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କୁ ‘ସଂସ୍କୃତି ଭାରତ’, ସମ୍ମାନ ପ୍ରଦାନ କରାଯିବ । ବିଶେଷ କରି ଯୁକ୍ତ୨ର ବାଣିଜ୍ୟ, କଳା ଏବଂ ବିଜ୍ଞାନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଉତ୍କର୍ଷତା ପ୍ରତିପାଦନ କରିଥିବା ୩ ଜଣ ଛାତ୍ରଛାତ୍ରୀ ଯଥାକ୍ରମେ ଶୁଭଶ୍ରୀ ପଟ୍ଟନାୟକ, ପ୍ରିୟଙ୍କା ସାହୁ ଏବଂ ଜିତେନ ମହାଳିକଙ୍କୁ ‘ବିଦ୍ୟା ଭାରତ’ ସମ୍ମାନରେ ସମ୍ମାନିତ ସହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଆସନ୍ତା ୩୧ ତାରିଖ ଶ୍ରୀ ଗଣେଶ ପୂଜା ଅବସରରେ ଏକ ଭବ୍ୟ ସମାରୋହରେ ସମ୍ବର୍ଦ୍ଧିତ କରାଯିବ ବୋଲି ଜୟ ଭାରତ ଫାଉଣ୍ଡେସନର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା ସ୍ଥାନୀୟ ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସଂଯୋଗବଶତଃ ଗଶେଣ ଚତୁର୍ଥୀ ଅବସରରେ ଭାରତ ମସଲା ଏହି ଦିନ ମସଲା ଜଗତରେ ପାଦ ଥାପିଥିଲା । ସେହିଦିନ ଠାରୁ ଦୀର୍ଘ ୨୩ବର୍ଷ ଧରି ଭାରତ ମସଲା ବିଭିନ୍ନ କ୍ଷତ୍ରରେ ପାରିଦର୍ଶିତା ଲାଭ କରିଥିବା ବିଭିନ୍ନ ପ୍ରତିଭାମାନଙ୍କୁ ଏହି ସମ୍ବର୍ଦ୍ଧନା ଦେଇ ନିରନ୍ତର ଭାବେ ସେମାନଙ୍କୁ ଉତ୍ସାହିତ କରିବା ଲାଗି ଉଦ୍ୟମ କରି ଆସିଛି । ଏହି ସମ୍ମିଳନୀରେ ଭାରତ ମସଲା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ଯୋଗଦେଇ କହିଥିଲେ ଯେ, ପୂଜ୍ୟପୂଜାର ପରମ୍ପରା ଓ ସଂସ୍କୃତିକୁ ଜୟ ଭାରତ ଫାଉଣ୍ଡେସନ ଦୀର୍ଘ ୨୩ବର୍ଷ ଧରି ମହାସମାରୋହରେ ପାଳନ କରିଆସୁଛି । କେବଳ ପାଣ୍ଡେମିକ ସିଚ୍ୟୁଏସନ ବେଳେ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇ ଆମେ ଏହି ସମାରୋହକୁ କାଣ୍ଟଛାଣ୍ଟରେ ସୀମିତ ରଖିଥିଲୁ । ଚଳିତ ବର୍ଷ ଜୁରୀ କମିଟିର ନିଷ୍ପତ୍ତି କ୍ରମେ ବିଭିନ୍ନ ସୁନାମଅର୍ଜନ କରିଥିବା ଓଡିଶାର ପ୍ରତିଭା ମାନଙ୍କୁ ଆମେ ସମ୍ବର୍ଦ୍ଧିତ କରିବୁ ବୋଲି ନିଷ୍ପତ୍ତି ହୋଇଛି । ରାମଦାଦପୁର ଭାରତ ମସଲା କମ୍ପାନୀ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ଉଦ୍‌ଘାଟକ ଓ ଗ୍ରାମ୍ୟ, ଦକ୍ଷତା, ବୈଷୟିକ ଶିକ୍ଷା ବିକାଶ ମନ୍ତ୍ରୀ ପ୍ରିତିରଞ୍ଜନ ଘଡେଇ ମୁଖ୍ୟଅତିଥି, ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ସମ୍ମିଳନୀକୁ ଶରଣାରବିନ୍ଦ ଓଝା ସଂଯୋଜନା କରିଥିବାବେଳେ ଜେନେରାଲ ମ୍ୟାନେଜର ଅଶ୍ୱିନୀ କୁମାର ଦାସ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା, ଦିଗନ୍ତ କୁମାର ପଣ୍ଡା, ନିର୍ଦ୍ଦେଶିକା ନମିତା ପଣ୍ଡା, ନନ୍ଦିତା ପଣ୍ଡା, ଜେନେରାଲ ମ୍ୟାନେଜର ଅପରେସନ ଅରୁଣ କୁମାର ନାୟକ, ଜେନେରାଲ ମ୍ୟାନେଜର ପ୍ରଡକ୍ସନ ନବକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *