ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବ

ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବ


#କଟକ(ଏନ୍‌.ଏମ୍‌.): ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ ତୃତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ସହିଦ ଭବନରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବକୁ ରୁଚି ଉଦ୍ୟୋଗର ପ୍ରତିଷ୍ଠାତା ଡକ୍ଟର ଶରତ ଚନ୍ଦ୍ର ସାହୁ ଉଦ୍‌ଘାଟନ କରିଥିବାବେଳେ ମୁଖ୍ୟଅତିଥି ଭାବେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ ଟ୍ରଷ୍ଟ ପକ୍ଷରୁ କଟକ ସହରରେ ଅନେକ ଅତୁଳନୀୟ ସମାଜ ସେବା କାର୍ଯ୍ୟକ୍ରମ କରାଯାଇଛି ଯାହା କି ବେଶ୍ ପ୍ରଶଂସନୀୟ । ଏହା ଦ୍ୱାରା ଯୁବପିଢି ବେଶ୍ ପ୍ରେରଣା ପାଇବେ । ମୁଖ୍ୟବ୍ୟକ୍ତା ଭାବେ ବିଶିଷ୍ଟ ଅଭିନେତା କୁନା ତ୍ରିପାଠୀ ଯୋଗଦେଇ ଅନୁଷ୍ଠାନର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପ୍ରିଲ୍ୟୁଡର ଏମ୍‌ଡି ସାନୁ ରଥ, ଜଷ୍ଟିସ ମନୋରଞ୍ଜନ ମହାନ୍ତି, ମଙ୍ଗଳାବାଗ ଥାନା ଆଇସିସି ଅମିତାଭ ମହାପାତ୍ର ପ୍ରମୁଖ ଏବଂ ସଙ୍ଗୀତ ନିଦ୍ଦେର୍ଶକ ଅଭିଜିତ ମଜୁମଦାର ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ଏଭଳି ସେବା ମୂଳକ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । କେବଳ କଟକ ସହର କାହିଁକି ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠାନର କର୍ମକର୍ତ୍ତା ଯେଉଁଭଳି ସେବା ଯୋଗାଇ ଆସୁଛନ୍ତି ତାହା ରାଜ୍ୟର ଅନ୍ୟ ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ମାନବ ସେବା ମାଧବ ସେବା ନ୍ୟାୟରେ କର୍ମକର୍ତ୍ତାମାନେ ଯେଉଁଭଳି କାର୍ଯ୍ୟ କରୁଛନ୍ତି ତାହା ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ଦେଶପାଇଁ ପ୍ରାଣବଳି ଦେଇଥିବା ସହିଦଙ୍କ ପରିବାର ବର୍ଗଙ୍କ ସମେତ ୫୫ରୁ ଉର୍ଦ୍ଧ୍ୱ ସାମାଜିକ ଅନୁଷ୍ଠାନ ଏବଂ କୋଭିଡ ଯୋଦ୍ଧାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏଥି ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମାଜ ସେବ ନିମେନ୍ତ ଅଗାମୀ ଦିନରେ ଅନେକ ଗଠନ ମୂଳକ କାର୍ଯ୍ୟକ୍ରମରେ ଟ୍ରଷ୍ଟ ସାମିଲ ହେବ ବୋଲି ସଦସ୍ୟମାନେ କହିଥିଲେ । କାର୍ଯ୍ୟକ୍ରମରେ ଆଙ୍କର ଶୁଭମ୍ ମଞ୍ଚ ପରିଚାଳନା କରିଥିବାବେଳେ ଟ୍ରଷ୍ଟର ସଭାପତି ମନୋଜ ପଣ୍ଡା ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *