ଜେକେ ଲକ୍ଷ୍ମୀ ସିମେଣ୍ଟ ତରଫରରୁ ପୁରସ୍କାର ବିତରଣୀ ଉତ୍ସବ

ଜେକେ ଲକ୍ଷ୍ମୀ ସିମେଣ୍ଟ ତରଫରରୁ ପୁରସ୍କାର ବିତରଣୀ ଉତ୍ସବ

News by Kanhucharan Panda (Jagatpur)

ଜଗତପୁର(ଏନ୍‍.ଏମ୍‍.): ଜଗତପୁର ନିମପୁର କିଶୋର କ୍ଲବ ଠାରେ ଜେକେ ଲକ୍ଷ୍ମୀ ସିମେଣ୍ଟ ପକ୍ଷରୁ ରାଜମିସ୍ତ୍ରୀ ଓ ଠିକାଦାରମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ କଟକ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଠିକାଦାର ଓ ରାଜମିସ୍ତ୍ରୀମାନଙ୍କୁ ରୌପ୍ୟ ମୁଦ୍ରା, ଫ୍ରିଜ୍‌, ଟେଲିଭିଜନ, ପଙ୍ଖା ଓ ଗ୍ରାଇଣ୍ଡର ଇତ୍ୟାଦି ଉପହାର ପ୍ରଦାନ କରାଯାଇଥିଲା । ଜେକେ ଲକ୍ଷ୍ମୀ କମ୍ପାନୀ ତରଫରୁ ବୈଷୟିକ ଅଧିକାରୀ ଇଂ. ବ୍ରହ୍ମପ୍ରକାଶ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମାର୍କେଟିଂ ଅଧିକାରୀ କମଲଜିତ ସାହୁ ସଭାରେ ଉଦବୋଧନ ଦେଇ ସମାଜର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ସହଯୋଗ କରିବା ଏବଂ କମ୍ପାନୀର ଉପ୍ତାଦନର ଗୁଣବତ୍ତା ବିଷୟରେ ଆଲୋକପାତ କରିଥିଲେ । ଜେକେ ଲକ୍ଷ୍ମୀ ତରଫରୁ ରାଜମିସ୍ତ୍ରୀ ଓ ଠିକାଦାରମାନଙ୍କ ପାଇଁ ଦିଆଯାଇଥିବା ବୀମା ଏବଂ ଛାତ୍ର ବୃତ୍ତି ବିଷୟରେ ଏହି କାର୍ଯ୍ୟକ୍ରମରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ କମ୍ପାନୀର ଅଧିକୃତ ବିକ୍ରେତା ଶତପଥି ଏଜେନ୍ସି, ଦେବୀ ଷ୍ଟିଲ, ମା’ ତାରିଣୀ ସିମେଣ୍ଟ ଏଜେନ୍ସି, ଜୟ ହନୁମାନ ଷ୍ଟୋର ଏବଂ ଅନ୍ୟ ଡିଲରମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *