‘ଜୀବନ ସଉଦା’ ପୁସ୍ତକ ଉନ୍ମୋଚିତ

‘ଜୀବନ ସଉଦା’ ପୁସ୍ତକ ଉନ୍ମୋଚିତ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‍.ଏମ୍‍.) : ସାମାଜିକ କର୍ମୀ ମୁରଲୀଧର ରଥଙ୍କ ଜୀବନୀ ଉପରେ ଜ୍ଞାନରଞ୍ଜନ ମହାନ୍ତିଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଜୀବନ ସଉଦା’ ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଡକ୍ଟର ଗୋବିନ୍ଦ ଚନ୍ଦ୍ର ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରକାରୀ ଦଳ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା,ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ପୂର୍ବତନ ଜିଲ୍ଲାପରିଷଦ ସଭାପତି ନଟବର ବାରିକ, ଅଧ୍ୟାପକ ସଂଗ୍ରାମ କେଶରୀ ମଲ୍ଲିକ, ସାହିତ୍ୟିକ ମହେନ୍ଦ୍ର କୁମାର ଆଚାର୍ଯ୍ୟ, ଡକ୍ଟର ସୁରେନ୍ଦ୍ରନାଥ ତ୍ରିପାଠୀ, ଆଇନଜୀବୀ ବୀରନାରାୟଣ ପାତ୍ର ପ୍ରମୁଖ ଶ୍ରୀ ରଥଙ୍କ କର୍ମମୟ ଜୀବନୀ ଉପରେ ବକ୍ତବ୍ୟ ଦେବା ସହ ପୁସ୍ତକ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମକୁ ହେମନ୍ତ ରଥ ପରିଚାଳନା କରିଥିଲେ । ଏହି ଅବସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୩୨ ବେଶର ପ୍ରଦର୍ଶନ କରାଯାଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *