ଜାତୀୟ ରାଜପଥର କାର୍ଯ୍ୟ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଜାତୀୟ ରାଜପଥର କାର୍ଯ୍ୟ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ସ୍ଥାନୀୟ ଚୌଦ୍ୱାର ମହାବିଦ୍ୟାଳୟ ପରିସରରେ ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ନିର୍ମିତ ପ୍ରକଳ୍ପର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଧ୍ୟକ୍ଷତା କରି ଦୀର୍ଘ ଦିନ ଧରି ମଙ୍ଗୁଳି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ରହିଥିବା ୫୫ନମ୍ବର ଜାତୀୟ ରାଜପଥର କାର୍ଯ୍ୟ ସମ୍ପୂର୍ଣ ହେଉନଥିବା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ । ତେବେ ଏହାର ବିଭିନ୍ନ ଦିଗଗୁଡ଼ିକୁ ନେଇ ଆଜି ଏହି ବୈଠକରେ ଆଲୋଚନା ହୋଇଥିଲା । ତେବେ ଏହି ଜାତୀୟ ରାଜପଥରୁ ଚୌଦ୍ୱାର ମଙ୍ଗୁଳି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ରହିଥିବାବେଳେ । ଦୈନିକ ହଜାର ହଜାର ବସ, ଟ୍ରକ୍‌, ବଡ଼ବଡ଼ ଯାନବାହନ ସହିତ ଶତାଧିକ ଲୋକ ଯାତାୟତ କରିଥାନ୍ତି ତେବେ ଦୀର୍ଘ ୫ ରୁ ୬ ବର୍ଷ ଧରି ଏହି ରାଜପଥଟି କାର୍ଯ୍ୟଚାଲୁଥିବା ବେଳେ କାହାର ଅବହେଲା ସହିତ କାହିଁକି ଏହା ସମ୍ପୂର୍ଣ ହୋଇପାରୁନାହିଁ । ଯାହା ଫଳରେ ଅନେକ ଲୋକ ଯାତାୟତରେ ବାଧା ପ୍ରାପ୍ତ ସହିତ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରୁଛନ୍ତି ଓ ବହୁ ଧନ ଜୀବନ ନଷ୍ଟ ହେଉଛି । ତେଣୁ ଏନେଇ ବାରମ୍ବାର ଅଭିଯୋଗ ହେଲାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ସହ କାର୍ଯ୍ୟର ମନ୍ତର ଗତି ନେଇ ଅନେକ ପ୍ରଶ୍ନ ଉଠୁଛି । ତେବେ ଏନେଇ ଆଜିର ବୈଠକରେ ପିଏଚଡି, ଇରିଗେସନ, ଆରଆଣ୍ଡବି, ରାଜସ୍ୱ ବିଭାଗ, ଆର ଡବ୍ଲ୍ୟୁ ଏସ ଏସ, ବିଦ୍ୟୁତ୍ ବିଭାଗ, ଇମ୍ଫା ଅଧିକାରୀ, ଏନ୍‌ଏଚ ଅଧିକାରୀ ତଥା ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିବାବେଳେ ସମସ୍ତ ବିଭାଗର ଅଧିକାରୀମାନଙ୍କ ସହ ମନ୍ତ୍ରୀ କଥା ବାର୍ତ୍ତା ହୋଇ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇ ନିର୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ସ୍ଥାନୀୟ ବିଧାୟକ ସୌଭିକ ବିଶ୍ୱାଳ, କଟକ ଜିଲ୍ଲାପାଲ ନରହରି ସେଠୀ, ଚୌଦ୍ୱାର ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପନଗରପାଳ ଶୁଭେନ୍ଦୁ ସାମଲଙ୍କ ସମେତ ସମସ୍ତ କାଉସିଲର ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *