ଫଟୋ- ପଦ୍ମଲୋଚନ ମିଶ୍ର

ଜାତୀୟସ୍ତରୀୟ କୁଡ଼ୋ ପ୍ରତିଯୋଗିତାରେ ଓଡ଼ିଶାକୁ ୧୯ ପଦକ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ଦ୍ୱାଦଶତମ ଜାତୀୟସ୍ତରୀୟ କୁଡ଼ୋ ପ୍ରତିଯୋଗିତା ଓ ଦ୍ୱିତୀୟ ଫେଡେରେସନ୍ କପ୍ ଗତ ୧୪ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ହିମାଚଳପ୍ରଦେଶର ସୋଲାନ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ପକ୍ଷରୁ କୁଡ଼ୋ ଆସୋସିଏସନ୍ ଅଫ୍ ଓଡ଼ିଶାର ୧୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ସଫଳତା ପାଇ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନ୍‌ମୋଲ ନାୟକ, ମନିଷ କୁମାର ଲାକ୍ରା, ଆଦିତ୍ୟ ପ୍ରସାଦ ଦାସ, ବୈଷ୍ଣବି ସେନାପତି, ବୈଶିଷ୍ଟ ସେନାପତି ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ, ଅନ୍‌ମୋଲ ନାୟକ, ମନିଷ କୁମାର ଲାକ୍ରା, ଅଙ୍କିତ୍ କୁମାର ସ୍ୱାଇଁ, ଆଦିତ୍ୟ ପ୍ରସାଦ ଦାସ ରୌପ୍ୟ ପଦକ ଓ ଯୁବରାଜ ସାହୁ, ସୁନିଲ ମହାରଣା, ଚୌଧୁରୀ ଏଥ୍‌ସମ୍ ଅହମ୍ମଦ, ଶୁଭଲକ୍ଷ୍ମୀ ଆଚାର୍ଯ୍ୟ ଓ ଲକି ଦାସ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । କୁଡ଼ୋ ଆସୋସିଏସନ୍ ଅଫ୍ ଓଡ଼ିଶାର ମୁଖ୍ୟ ପ୍ରଶିକ୍ଷକ ସିହାନ୍ ନିତାଇ ଶଙ୍କର ଗୁଇଁ ପ୍ରତିଯୋଗିଙ୍କ ନେତୃତ୍ୱ ନେଇଥିବାବେଳେ ମୁକେଶ କୁମାର ନାୟକ ଓ ବରୋଦା ପ୍ରସାଦ ଦାସ ସହ ପ୍ରଶିକ୍ଷକ ଭାବେ ଦଳ ସହିତ ଯାଇଥିଲେ । କୃତି ପ୍ରତିଯୋଗୀମାନେ ଓଡ଼ିଶାରେ ତା ୨୩.୦୨.୨୦୨୨ ରିଖରେ କଟକରେ ଆସି ପହଞ୍ôଚବେ ବୋଲି ଅନୁଷ୍ଠାନର ସଭାପତି ଶିବାଶିଷ କର ଜଣାଇବା ସହିତ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । କୃତିପ୍ରତିଯୋଗୀମାନଙ୍କୁ ଅନୁଷ୍ଠାନର ଉପଦେଷ୍ଟା ଡକ୍ଟର ବିଜୟାନନ୍ଦ ସିଂହ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *