ଜଗତସିଂହପୁର ଜିଲ୍ଲାର ଦୁଇଜଣ ପିଲା ପି.ଏମ୍ କେୟାର ଫର୍ ଚିଲଡ୍ରେନରେ ସାମିଲ୍

ଜଗତସିଂହପୁର ଜିଲ୍ଲାର ଦୁଇଜଣ ପିଲା ପି.ଏମ୍ କେୟାର ଫର୍ ଚିଲଡ୍ରେନରେ ସାମିଲ୍

ଜଗତସିଂହପୁରରୁ ରମେଶ ମହାନ୍ତିଙ୍କ ରିପୋର୍ଟ

ଜଗତସିଂହପୁର(ଏନ୍‌.ଏମ୍‌.): କୋଭିଡ୍ ମହାମାରୀ ସମୟରେ କୋଭିଡ୍ ସଂକ୍ରମଣରେ ଉଭୟ ପିତାମାତାଙ୍କୁ ହରାଇ ପିତୃମାତୃ ହୀନ ହୋଇଯାଇଥିବା ଦେଶର ସମସ୍ତ ପିଲା ମାନଙ୍କର ପ୍ରତିପାଳନ, ସୂରକ୍ଷା ଓ ଶିକ୍ଷା ଦ୍ୱାରା ସେମାନଙ୍କର ଉପଯୁକ୍ତ ଥଇଥାନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା “ପି.ଏମ୍‌.କେୟାରସ୍ ଫର୍ ଚିଲଡ୍ରେନ୍‌’ ଯୋଜନାରେ ଆଭାସୀ ମାଧ୍ୟମରେ ସହାୟତା ପ୍ରଦାନ କରାଯାଇଛି । ପ୍ରତି ପିଲାଙ୍କୁ ୧୮ବର୍ଷ ହେବାପରେ ୧୦ଲକ୍ଷ ଟଙ୍କାର ଆର୍ôଥକ ସହାୟତା, ଚିକିତ୍ସା ନିମନ୍ତେ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା, ମାସିକ ପ୍ରତିପୋଷଣ ଖର୍ଚ୍ଚ ୩ ବର୍ଷ ପର୍ଯ୍ୟନ୍ତ ୪ହଜାର ଲେଖାଏଁ, ଶିକ୍ଷା ନିମନ୍ତେ ବାର୍ଷିକ ଷ୍ଟାଇପେଣ୍ଡ୍ ୨୦ହଜାର ଟଙ୍କା ଓ ଉଚ୍ଚଶିକ୍ଷା ତଥା ବାଧ୍ୟତାମୂଳକ ଶିକ୍ଷା ଶିକ୍ଷା ନିମନ୍ତେ ୠଣ ସହାୟତା ଇତ୍ୟାଦି ଏହି ଯୋଜନାର ମୁଖ୍ୟ ଅଂଶବିଶେଷ ଅଟେ । ଏହି ଅବସରରେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିବା ପିଲାମାନଙ୍କୁ ଓ ସେମାନଙ୍କର ଅଭିଭାବକମାନଙ୍କୁ ଉଦବୋଧନ ଦେଇ କହିଲେ ଯେ, ଉଭୟ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କର ଜୀବନ ଅତ୍ୟନ୍ତ ସଂଘର୍ଷ ପୂର୍ଣ୍ଣ ଅଟେ । ସେମାନଙ୍କର ଉପଯୁକ୍ତ ଥଇଥାନ ସ୍ନେହ ଆଦର ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ସେମାନଙ୍କର ଅଭିଭାବକ, ସରକାରୀ କର୍ମକର୍ତ୍ତା, ସର୍ବୋପରି ସରକାର ସମ୍ବେଦନଶୀଳ ପୂର୍ବକ ଉଚିତ୍ ପଦକ୍ଷେପ ନେଲେ ସେମାନେ ଆଗାମୀ ଦିନରେ ଦେଶର ଉତ୍ତମ ନାଗରିକ ହୋଇ ଗଢି ଉଠିବେ । ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏନ୍‌.ଆଇ.ସି. ଭିସି ରୁମ୍‌ରେ ଆୟୋଜିତ ଏହି ଆଭାସୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାରୁଲ୍ ପଟୱାରି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମେଶ କୁମାର ପଣ୍ଡା, ଶିଶୁ ମଙ୍ଗଳ କମିଟିର ସଦସ୍ୟ ଉତ୍କଳ ରଞ୍ଜନ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାହ୍ନୁଚରଣ ରାଉତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀରଞ୍ଜନ ପଟ୍ଟନାୟକ, ସହକାରୀ ଜିଲ୍ଲା ସୂଚନା ଓ ପ୍ରଯୁକ୍ତି ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ସୁରକ୍ଷା ଅଧିକାରୀ ଉଦୟ କୁମାର ସ୍ୱାଇଁ, ତନ୍ମୟ ମହାନ୍ତିଙ୍କ ସମେତ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଯୋଜନାରେ ଅନ୍ତର୍ଭୁକ୍ତ ଜଗତସିଂହପୁର ଜିଲ୍ଲାର ଦୁଇଜଣ ପିଲାଙ୍କୁ ଜିଲ୍ଲାପାଳ ପାରୁଲ୍ ପଟୱାରି ସେମାନଙ୍କର ସହାୟତା ରାଶି, ସାର୍ଟିଫିକେଟ, ସ୍ୱାସ୍ଥ୍ୟବୀମା କାର୍ଡ, ସହାୟତା କିଟ୍ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଇତ୍ୟାଦି ସେମାନଙ୍କୁ ପ୍ରଦାନ କରି ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *