ଜଗତପୁର ଶିଳ୍ପାଞ୍ଚଳରେ ନିଶ୍ଳୁକ ସ୍ୱାସ୍ଥ୍ୟ ଶିବିର

ଜଗତପୁର ଶିଳ୍ପାଞ୍ଚଳରେ ନିଶ୍ଳୁକ ସ୍ୱାସ୍ଥ୍ୟ ଶିବିର

News by Kanhu Charan Panda( Jagatpur)

#ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଶିଳ୍ପାଞ୍ଚଳ ପରିସରରେ କରମଣ୍ଡଳ ଇଣ୍ଟରନ୍ୟାସନାଲ ଲିମିଟେଡ ଓ ତାରିଣୀ ଏଜେନ୍ସିର ମିଳିତ ସହଯୋଗରେ ଏକ ନିଶ୍ଳୁକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଦେଢ଼ ଶହରୁ ଉର୍ଦ୍ଧ୍ୱ ଶ୍ରମିକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ବିନାମୂଲ୍ୟରେ ଔଷଧ ବଣ୍ଟନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ଲଜିଷ୍ଟିକ୍ ମ୍ୟାନେଜର ଜୟରାମ ଶର୍ମା, ଠିକାଦାର ଯୋଗେନ୍ଦ୍ର କୁମାର ରାୟ ଏବଂ ମନୋଜ କୁମାର ମାହନ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ କମ୍ପାନିରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକମାନଙ୍କୁ କିଭଳି ସମସ୍ତ ପ୍ରକାରର ସୁବିଧା ସୁଯୋଗ ପ୍ରଦାନ କରାଯିବ ସେ ନେଇ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *