ଜଗତପୁର ଅଞ୍ଚଳରେ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନା କାର୍ଯ୍ୟକ୍ରମ

ଜଗତପୁର ଅଞ୍ଚଳରେ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନା କାର୍ଯ୍ୟକ୍ରମ

News by Kanhuchran Panda (Jagatpur)

ଜଗତପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେଶରେ ଜନସାଧାରଣଙ୍କୁ ମାଗଣାରେ ଆଇନ ସେବା ଯୋଗାଇଦେବା ପାଇଁ ୧୯୮୭ ମସିହାରେ ଏକ ନିୟମ ପ୍ରଣୟନ ହେବା ସହ ତାଲୁକସ୍ତରରୁ ଆରମ୍ଭ କରି ଜାତୀୟସ୍ତର ପର୍ଯ୍ୟନ୍ତ ଆଇନସେବା ପ୍ରାଧିକରଣ କାର୍ଯ୍ୟ କରୁଛି । ତେବେ ଲୋକଙ୍କ ଅଜ୍ଞତା ଯୋଗୁଁ ସେମାନେ ଏହାର ସୁଫଳ ପାଇ ପାରୁନାହାନ୍ତି । ତେଣୁ ଜନସାଧାରଣଙ୍କୁ ଏ ନେଇ ବ୍ୟାପକ ସଚେତନତା କରିବା କେଉଁମାନେ ଏହି ବ୍ୟବସ୍ଥାର ସୁଫଳ ପାଇବେ କେଉଁ କେଉଁ ମାମଲା ଉପରେ ଆଇନ ସେବା ମିଳିବ ସେ ନେଇ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ଜଗତପୁରସ୍ଥିତ ଗୋପବନ୍ଧୁ ନଗର ଠାରେ ଏହି ସଚେତନତା କାର୍ଯ୍ୟକ୍ରମ ହୋଇଥିଲା । ଉକ୍ତ ଅଞ୍ଚଳର ଉତ୍କଳମଣୀ ଶିଶୁ ଉଚ୍ଚ ଶିକ୍ଷା ମନ୍ଦିରରେ ଆୟୋଜିତ ଏହି ଶିବିରରେ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସ୍ୱଂୟପ୍ରଭା ଆଚାର୍ଯ୍ୟ ଯୋଗଦେଇ ଛୋଟ ପିଲାମାନଙ୍କୁ ପୋସ୍କ ଆଇନ ସମ୍ପର୍କରେ ବୁଝାଇଥିଲେ । ଏଥିସହିତ କିଭଳି ଏହି ଆଇନ ଏବଂ ଉପକାରିତା ସମ୍ପର୍କରେ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରାଇବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।ଏହି ଅବସରରେ ନାବାଳକ ଶିଶୁ ମାନେ ନିଜର ମୌଳିକ ଅଧିକାର ପାଇବାରୁ ବଞ୍ôଚତ ହେଲେ ପ୍ରାଧିକରଣ ମାଧ୍ୟମରେ ସହାୟତା ପାଇପାରିବେ ବୋଲି ସେ କହିଥିଲେ । ପ୍ରଧାନ ଆଚାର୍ଯ୍ୟା ନିରୂପମା ନାୟକ ଯୋଗଦେଇ ସମ୍ପ୍ରତି ସମାଜରେ କିଭଳି କୁନିକୁନି ପିଲାମାନଙ୍କୁ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦିଆଯାଉଛି ଏବଂ ଏହାର କିଭଳି ମୁକାବିଲା କରିବା ଜରୁରୀ ସେ ନେଇ ଆଲୋକପାତ କରିଥିଲେ । ସହକାରୀ ଆଚାର୍ଯ୍ୟ ମହେନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ହେମନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକୁ ପାରାଲିଗାଲ ଭଲ୍ୟୁଣ୍ଟର ଲୋକନାଥ ଶତପଥୀ ଓ ଅକ୍ଷୟ କୁମାର ନାୟକ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *