ଛାତ୍ରଛାତ୍ରୀ ଓ ରାଜନୀତି ମଧ୍ୟରେ ସମ୍ପର୍କ ବିଷୟରେ ରେଭେନସାରେ ଆଲୋଚନା ଚକ୍ର


#କଟକ (ଏନ୍‌.ଏମ୍‌.) : ଛାତ୍ରଛାତ୍ରୀ ଓ ରାଜନୀତି: ସେମାନେ ପରସ୍ପରଠାରୁ ଅବିଛେଦ୍ୟ କି?ଏହି ଶୀର୍ଷକରେ ଗୋପବନ୍ଧୁ ବିଚାର ମଂଚ, ରେଭେନ୍ସା ବିଶ୍ୱବିଦ୍ୟାଳୟ ଶାଖା ପକ୍ଷରୁ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଓଡିଶା ହାଇକୋର୍ଟର ବରିଷ୍ଠ ଓକିଲ ଶ୍ରୀଯୁକ୍ତ ଲକ୍ଷ୍ମୀଧର ପଙ୍ଗାରୀ ମୁଖ୍ୟବକ୍ତାଭାବେ ଯୋଗ ଦେଇଥିଲେ । ଗୋପବନ୍ଧୁ ବିଚାର ମଞ୍ଚ, ରେଭେନ୍ସା ବିଶ୍ୱବିଦ୍ୟାଳୟ ଶାଖାର ଆବାହକ ସ୍ୱପ୍ନାରାଣୀ ପ୍ରଧାନ ସଭାପତିତ୍ୱ କରିଥିଲେ ଏବଂ ସଂଗଠକ ଅଭିଜିତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନାରେ ରେଭେନ୍ସାର ବିଭିନ୍ନ ବିଭାଗରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ରିସର୍ଚ୍ଚ ସ୍କଲାର ଓ ଅଧ୍ୟାପକମାନେ ଯୋଗ ଦେଇ ଆଲୋଚନା ଚକ୍ରକୁ ପ୍ରାଣବନ୍ତ ଓ ଶିକ୍ଷଣୀୟ କରିଥିଲେ।

Leave a Reply

Your email address will not be published. Required fields are marked *