ଚୌଦ୍ୱାର ସ୍ଥିତ ସର୍ଭ୍ୟାଣ୍ଟସ ଅଫ ଇଣ୍ଡିଆ ସୋସାଇଟିର ଅନାଥ ଶିଶୁକନ୍ୟା ସାଇ ମିନାକ୍ଷୀର ନୂଆ ଠିକଣା ଜର୍ମାନୀ

ଚୌଦ୍ୱାର ସ୍ଥିତ ସର୍ଭ୍ୟାଣ୍ଟସ ଅଫ ଇଣ୍ଡିଆ ସୋସାଇଟିର ଅନାଥ ଶିଶୁକନ୍ୟା ସାଇ ମିନାକ୍ଷୀର ନୂଆ ଠିକଣା ଜର୍ମାନୀ

News by Padmalochan Mishra (Cuttack)

#କଟକ (ଏନ୍‍.ଏମ୍‍.): ସରଭ୍ୟାଣ୍ଟସ ଅଫ ଇଣ୍ଡିଆ ସୋସାଇଟିର ଅନାଥ ଶିଶୁକନ୍ୟା ସାଇ ମିନାକ୍ଷୀର ନୂଆ ଠିକଣା ଜର୍ମାନୀର, ଲଣ୍ଡୌଏର ଷ୍ଟ୍ରାବେ-୧୦୦ । ସେ ପାଇଲା ପରିବାର, ଆବାସ,ପିତାମାତା ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିଚୟ ବୋଲି ଶିଶୁଟିକୁ ହସ୍ତାନ୍ତର ଅବସରରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଡଃ.ଭବାନୀ ଶଙ୍କର ଚୟନୀ ଭାବପ୍ରବଣ ହୋଇ ପ୍ରକାଶ କରିଛନ୍ତି । ଜର୍ମାନୀର, ଲଣ୍ଡୌଏର ଷ୍ଟ୍ରାବେ-୧୦୦ ଦମ୍ପତ୍ତି ସର୍ଭାନନ ସର୍ଭାରନ ଥାଙ୍ଗାଭେଲ ଏବଂ ତାଙ୍କ ପତ୍ନୀ ସୁଭାସିନୀ ମୁନିଆ ସାମୀ ସାଇ ମିନାକ୍ଷୀକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଥିବା ଜଣାଯାଇଛି । ୨୦୨୨ ଜୁନ ୮ତାରିଖରେ ଜନ୍ମଗ୍ରହଣ କରିଥିବା ଶିଶୁକନ୍ୟାକୁ ଜିଲ୍ଲା ଶିଶୁ କଲ୍ୟାଣ ସମିତି କଟକ, ସର୍ଭ୍ୟାଣ୍ଟସ ଅଫ ଇଣ୍ଡିଆ ସୋସାଇଟିକୁ ଜୁଲାଇ ୧୨ତାରିଖରେ ହସ୍ତାନ୍ତର କରିଥିଲେ । ଉକ୍ତ ଶିଶୁକନ୍ୟାକୁ ୨୦୨୨ ଅକ୍ଟୋବର ୨୬ତାରିଖରେ ପୋଷ୍ୟସନ୍ତାନ ରୂପେ ଗ୍ରହଣ କରିବା ପାଇଁ ଜିଲ୍ଲା ଶିଶୁ କଲ୍ୟାଣ ସମିତି, କଟକ ଅନୁମତି ପ୍ରଦାନ କରିଥିଲେ । ଏହାପରେ କେନ୍ଦ୍ରୀୟ ପୋଷ୍ୟସନ୍ତାନ ସଂସାଧନ ସଂସ୍ଥା ଚଳିତ ବର୍ଷ ଜାନୁଆରୀ ୨ତାରିଖରେ ବିନା ଆପତ୍ତିରେ ଜର୍ମାନୀର ଦମ୍ପତିଙ୍କୁ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିବା ନିମନ୍ତେ ଅନୁମତି ପ୍ରଦାନ କରିଥିଲେ ।
ପ୍ରକାଶଥାଉକି ସାଇମିନାକ୍ଷୀର ବର୍ତ୍ତମାନର ପିତା ପେଷାରେ ଜଣେ ବ୍ୟବସାୟୀ ଓ ମାତା ପେଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ପରାମର୍ଶଦାତା ଭାବେ କାର୍ଯ୍ୟରତ ବୋଲି ଜଣାଯାଇଛି । ଇତି ମଧ୍ୟରେ ସାଇ ମିନାକ୍ଷୀର ପାସପୋର୍ଟ ଭୁବନେଶ୍ୱର ପାସପୋର୍ଟ କାର୍ଯ୍ୟାଳୟକୁ ଆବେଦନ କରାଯାଇଥିବା ବେଳେ ଶିଶୁକନ୍ୟାଟିର ଭିସା ଉପଲବ୍ଧ କରିବା ପାଇଁ ଦିଲ୍ଲୀରେ ପ୍ରକ୍ରିୟା ଜାରି ରହିଛି । ନିଜ ପ୍ରତିକ୍ରିୟାରେ ଥାଙ୍ଗାଭେଲ ଦମ୍ପତି ପ୍ରତିକ୍ରିୟା ପ୍ରକାଶକରି କହିଛନ୍ତି ଯେ, ସାଇ ମିନାକ୍ଷୀ ସର୍ଭାନନ ସେମାନଙ୍କୁ ଖୁବ ଭଲ ପାଉଛି ଏବଂ ସେମାନେ ମଧ୍ୟ ସାଇମିନାକ୍ଷୀଙ୍କୁ ତତୋଧିକ ଭଲ ପାଉଛନ୍ତି । ଜିଲ୍ଲାପାଳଙ୍କୁ ଗଭୀର କୃତଜ୍ଞତା ଜଣାଇ ସାଇ ମିନାକ୍ଷୀର ନୂତନ ଜୀବନ ଯାତ୍ରାରେ ଜିଲ୍ଲାପାଳଙ୍କ ସହଯୋଗ ଓ ଆଶୀର୍ବାଦ ଏକ ନୂତନ ପ୍ରେରଣା ବୋଲି କହିଛନ୍ତି । ସାଇମିନାକ୍ଷୀଙ୍କୁ ଏକ ନୂତନ ଜୀବନ ଓ ଦିଗ୍ଦର୍ଶନ ପ୍ରଦାନ ନିମନ୍ତେ କଟକ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଓ ସଭ୍ୟ-ସଭ୍ୟା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତୀ ମହାନ୍ତି, ସିଏଆରଏର ସମସ୍ତ କର୍ମଚାରୀ, ଜିଲ୍ଲାକୋର୍ଟ, ପାସପୋର୍ଟ ଅଧିକାରୀ ଭୁବନେଶ୍ୱରଙ୍କ ସମେତ ପୋଷ୍ୟସନ୍ତାନ ଗ୍ରହଣ ନିମନ୍ତେ ଦୀର୍ଘଯାତ୍ରାରେ ଅତ୍ୟନ୍ତ ସହଯୋଗ କରୁଥିବା, ତାଙ୍କୁ ଅଭିଭୂତ କରିଛି ବୋଲି ପ୍ରକାଶ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କକ୍ଷରେ ଅନୁଷ୍ଠିତ ଶିଶୁହସ୍ତାନ୍ତର କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଲଲାଟେନ୍ଦୁ ମହାପାତ୍ର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *