News by Smruti Ranjan Tripathy, Choudwar

ଚୌଦ୍ୱାର ରୂପ ଯାତ୍ରା ପୂର୍ବରୁ ଦୋକାନ ଚୋରଙ୍କୁ ଧରିଲା ପୁଲିସ

News by Smruti Ranjan Tripathy, Choudwar

#ଚୌଦ୍ୱାର(ଏନ୍‌.ଏମ୍‌.): ଏବେ ପାର୍ବଣ ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଚୌଦ୍ୱାର ସହରର ଐତିହାସିକ ରୁପଯାତ୍ରା ଗଜଲକ୍ଷ୍ମୀ ପୂଜା ତେବେ ଏନେଇ ଚୌଦ୍ୱାର ସମେତ ଏହାର ଆଖପାଖ ଅଞ୍ଚଳ ହୋଇଉଠିଛି ଚଳଚଞ୍ଚଳ। ତେବେ ଏହାରି ଭିତରେ ଚୌଦ୍ୱାର ପୋଲିସ କୁ ମିଳିଛି ଏକ ସଫଳତା ସୂଚନା ମୁତାବକ ଚଳିତ ମାସ ୬ ଏବଂ ୮ ତାରିଖ ରାତିରେ ଚୌଦ୍ୱାର ଅଞ୍ଚଳରେ ଥିବା ଏକ ଦୋକାନ ଓ କେବିନର ଛାତ ଭାଙ୍ଗି ଭିତରେ ପଶି କିଛି ଦୁର୍ବୃତ୍ତ ଅର୍ଥ ଚୋରୀ କରିଥିଲେ। ଏନେଇ ଚୌଦ୍ୱାର ପୋଲିସ ରେ ଅଭିଯୋଗ ହେବା ପରେ ଘଟଣାକୁ ଗୁରୁତର ସହ ନେଇ ଚୌଦ୍ୱାର ପୁଲିସ ଏହାର ଅନୁସନ୍ଧାନ ଜାରୀ ରଖିଥିଲା। ତେବେ ଚୌଦ୍ୱାର ପୋଲିସ ହାତରେ ୩ଜଣ ବ୍ୟକ୍ତି ଧରା ପଡ଼ିଥିବାର ଜଣାପଡିଛି; ସେମାନେ ହେଲେ ଓମ୍ ବେହେରା, ଓମ୍ ମହତ୍ ଓ ସୌମ୍ୟରଞ୍ଜନ ଭଦ୍ର ସେମାନେ ସମସ୍ତେ ଚୌଦ୍ୱାର ଅଞ୍ଚଳର ହୋଇଥିବା ବେଳେ ଉକ୍ତ ଚୋରି ଘଟଣାରେ ସେମାନଙ୍କୁ ପୃଥକ୍ ଦୁଇଟି କେସ ନମ୍ବର ୫୩୪/୨୪ ଓ ୫୪୦/୨୪ ଅନୁଯାୟୀ ଭାରତୀୟ ନ୍ୟାସାଂହିତ ଧାରା ୩୦୩(୨)/୩୩୪(୧)/୩(୫)ରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *