ଚୌଦ୍ୱାର ମହାବିଦ୍ୟାଳୟରେ ରକ୍ତଦାନ ଶିବିର

#ଚୌଦ୍ୱାର(ଏନ୍.ଏମ): ଚୌଦ୍ୱାର ମହାବିଦ୍ୟାଳୟ ଯୁକ୍ତ ୩ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସମର ଶିକ୍ଷାର୍ଥୀ ବାହିନୀ ଓ ଯୁବ ରେଡକ୍ରସ୍ ରୋଭର ରେଞ୍ଜର ଅନୁଷ୍ଠାନର ସହଭାଗିତାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ (ଏସଏସିପି) ରକ୍ତ ଭଣ୍ଡାରର କର୍ମଚାରୀମାନଙ୍କ ପୂର୍ଣ୍ଣ ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ମହାବିଦ୍ୟାଳୟ ଅଧକ୍ଷ ଡ.ଉମେଶ ଚନ୍ଦ୍ର ଦେବତା ଏହି ଶିବିରକୁ ଉଦ୍ଘାଟନ କରିଥିବାବେଳେ ଜାତୀୟ ସେବା ଯୋଜନା ପୋଗ୍ରମ ଅଫିସର ପ୍ରଧ୍ୟାପିକ ଡ.ପ୍ରଭାବତୀ ପଢ଼ିଆରୀଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ପ୍ରାୟ ୪୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ମହାବିଦ୍ୟାଳୟ ପକ୍ଷରୁ ସ୍ୱାଭିମାନ ସାମନ୍ତରାୟ, ସୂର୍ଯ୍ୟକାନ୍ତ ସାହୁ, ରଶ୍ମିରଞ୍ଜନ ମଙ୍ଗରାଜ, ଶ୍ରୀକାନ୍ତ ନାୟକଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ସମସ୍ତ କର୍ମଚାରୀମାନଙ୍କ ସମେତ ବହୁ ଛାତ୍ରଛାତ୍ରୀ ରକ୍ତଦାନ କରିଥିଲେ ।

