ଚୌଦ୍ୱାର ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଆତ୍ମ ନିର୍ଭରଶୀଳ କାର୍ଯ୍ୟକ୍ରମ

ଚୌଦ୍ୱାର ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଆତ୍ମ ନିର୍ଭରଶୀଳ କାର୍ଯ୍ୟକ୍ରମ


#ଚୌଦ୍ୱାର (ଏନ୍‌.ଏମ୍‌.): ଚୌଦ୍ୱାର ମହାବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ପ୍ରଥମ ବର୍ଷର କଳା, ବାଣିଜ୍ୟ, ଓ ବିଜ୍ଞାନ ବିଭାଗର ଛାତ୍ରୀମାନଙ୍କୁ ନେଇ ଏକ ଆତ୍ମ ନିର୍ଭରଶୀଳ ସୁରକ୍ଷା କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ୧୩ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଯାରି ରହିବ ବୋଲି କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । ତେବେ ରାଜ୍ୟ ସରକାରଙ୍କ ଛାତ୍ରୀମାନଙ୍କ ଆତ୍ମ ନିର୍ଭରଶୀଳ ସୁରକ୍ଷା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିବାବେଳେ ସ୍ଥାନୀୟ ଚୌଦ୍ୱାର ମହାବିଦ୍ୟାଳୟ ପରିସରରେ ଏବେ ଆରମ୍ଭ ହୋଇଛି ତେବେ କାର୍ଯ୍ୟକ୍ରମର ଆରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଉମେଶ ଚନ୍ଦ୍ର ଦେବତା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିବା ବେଳେ ପ୍ରଭାବତୀ ପଢ଼ିଆରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀମାନେ ଅଂଶ ଗ୍ରହଣ କରି ନିଜକୁ କିଭଳି ସମାଜରେ ଘଟୁଥିବା ଘଟଣା ଉପରେ ନିଜକୁ ନିଜେ ସୁରକ୍ଷା ଦେଇ ପାରିବେ ସେ ନେଇ ପ୍ରଶିକ୍ଷଣ ନେଉଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *