ଚୌଦ୍ୱାର ଭସାଣଯାତ୍ରା ଅବସରରେ ବନ୍ଧୁ ମିଳନ ଓ ଆମ ଚୌଦ୍ୱାର ଉନ୍ମୋଚନ


ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାରରେ ଅନୁଷ୍ଠିତ ପ୍ରସିଦ୍ଧ ରୂପଯାତ୍ରା ଅବସରରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ଟାଉନ୍‌ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଅଧ୍ୟକ୍ଷତା କରି ଚୌଦ୍ୱାରରେ ଆୟୋଜିତ ବହୁ ପୁରାତନ ତଥା ପ୍ରସିଦ୍ଧ ଦଶହରା ମହାଲକ୍ଷ୍ମୀପୂଜା ଓ ଭସାଣ ଉତ୍ସବ ଏକ ମହାନ୍ ସଂସ୍କୃତିକ ତଥା ଭାଇଚାରାର ଉତ୍ସବ ଭାବେ ପ୍ରସିଦ୍ଧି ଲାଭ କରିଛି ବୋଲି ପ୍ରକାଶ କରିଥିଲେ । ଏଥି ସହିତ ଚଳିତ ବର୍ଷ କରୋନା କଟକଣାକୁ ମାନି ନିରାଡ଼ମ୍ବର ଭାବେ ଯାତ୍ରା ପାଳନ କରିବାକୁ ଚୌଦ୍ୱାରବାସୀଙ୍କୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ, ଚୌଦ୍ୱାର କଟକ ଉନ୍ନୟନ ପରିଷଦ ସଭାପତି ବାଳକୃଷ୍ଣ ମହାନ୍ତି, ନଗର ବିଜେଡ଼ି ସଭାପତି ବିଷ୍ଣୁ ଚରଣ ପରିଡ଼ା, ଜନସ୍ୱାସ୍ଥ୍ୟ ଏସ୍‌ଡିଓ ବିଳାସ ଚୁମାର ବେହେରା, ଯାତ୍ରା କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ନାୟକ, ସମ୍ପାଦକ ନାରାୟଣ ସ୍ୱାଇଁ ପ୍ରମୁଖ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ ୪୩ଟି ମେଢ଼ ସଭାପତି, ସମ୍ପାଦକ, ଯାତ୍ରା କମିଟି ସଦସ୍ୟବୃନ୍ଦ, ପୂର୍ବତନ କାଉନ୍‌ସିଲର ବୃନ୍ଦ, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା । ନଗର ଯୁବ ବିଜେଡ଼ି ସଭାପତି ଅର୍ଜୁନ୍ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥବାବେଳେ ରବି ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପୁନଶ୍ଚ ଆଜି ସଂଧ୍ୟା ସମୟରେ ଚୌଦ୍ୱାରସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ପିପୁଲସ ୱେଲଫେୟାର ସୋସାଇଟି ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ ଚୌଦ୍ୱାର ସ୍ମରଣୀକା ଉନ୍ମୋଚିତ ହୋଇ ଯାଇଛି । ଅନୁଷ୍ଠାନ ସଭାପତି ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ କୌଳାସ ଚନ୍ଦ୍ର ବରାଳ, ନଗର ବିଜେଡ଼ି ସଭାପତି ଶ୍ରୀ ପରିଡ଼ା ପ୍ରମୁଖ ଯୋଗଦେଇଥିଲେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ମାନସ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ରାଜେଶ କୁମାର ଓଝା ଧନ୍ୟବାଦ ଦେଇଥିଲେ । ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୂଚନାଯୋଗ୍ୟ ଯେ କମିଶନରେଟ ପୁଲିସ୍‌ର କଟକଣା ଅନୁଯାୟୀ ଚୌଦ୍ୱାର ଅଞ୍ଚଳରେ ୪୩ଟି ମଣ୍ଡପରେ ପ୍ରତିଷ୍ଠିତ ଦୁର୍ଗା, ଲକ୍ଷ୍ମୀ, ମହାଦେବ, ହର ପାର୍ବତୀ, ଲକ୍ଷ୍ମୀନାରାୟଣ, ହନୁମାନ ଆଦି ଦେବାଦେବୀ ଶନିବାର ସକାଳେ ମଣ୍ଡପରୁ ବାହାରି ବିନା ଶୋଭାଯାତ୍ରରେ ଯାଇ ଚୌଦ୍ୱାର ତିନିକୋଣିଆସ୍ଥିତ ମେଲଣ ପଡ଼ିଆରେ ପହଞ୍ଚିବେ । ପୂଜା କମିଟି ନିକଟରୁ ଛନ୍ଦା ଗ୍ରହଣ କରି ମେଢ଼ ଗୁଡ଼ିକ ବିରୂପା କୁଳରେ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ ହେବାର କାର୍ଯ୍ୟକ୍ରମ ରହିଛି ।

By admin

Leave a Reply

Your email address will not be published. Required fields are marked *