ଚୌଦ୍ୱାର-କଟକ, ବିଜୁ ଜନତା ଦଳର ସମାଜସେବା ଅଭିଯାନର ଶୁଭାରମ୍ଭ

ଚୌଦ୍ୱାର-କଟକ, ବିଜୁ ଜନତା ଦଳର ସମାଜସେବା ଅଭିଯାନର ଶୁଭାରମ୍ଭ


#କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋଭିଡ ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖ୍ ଅକ୍ଟୋବର ୨ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପ୍ରତି ବର୍ଷ ଆୟୋଜିତ ହେଉଥିବା ଜନ ସଚେତନତା ପଦଯାତ୍ରା ଅଭିଯାନକୁ ପରିବର୍ତ୍ତନ କରାଯାଇ ଆଜି ଅକ୍ଟୋବର ୦୨ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ଏକ ମାସ ଧରି ବିଭିନ୍ନ ସମାଜସେବା ମଧ୍ୟରେ ଶ୍ରମଦାନ କରି ବିଦ୍ୟାଳୟ ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ପରିସର, ଶିକ୍ଷାନୁଷ୍ଠାନର ରାସ୍ତାଘାଟ ତଥା ସାଧାରଣ ସୁବିଧା କେନ୍ଦ୍ର ପ୍ରଭୃତି ସ୍ଥାନକୁ ପରିଷ୍କାର, ପରିଜନ କରିବା ସହିତ ରକ୍ତଦାନ ଭଳି ମହତ୍ କାର୍ଯ୍ୟ କର୍ମ କରିବାକୁ ଆହ୍ୱାନ ଦେଇଛନ୍ତି । ତେଣୁ ଆଜି ଠାରୁ ବିଜୁ ଜନତା ଦଳ ଚୌଦ୍ୱାର-କଟକ ତରଫରୁ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କ ପୌରୋହିତ୍ୟରେ କୋଭିତ ନିୟମ ପାଳନ କରି ଗାନ୍ଧୀ ଆଶ୍ରମ, ନୂଆବଜାର ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ମହାନ ଜନ ନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତୈଳ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ସମାଜସେବା ଅଭିଯାନ ଶୁଭାରମ୍ଭ ସହ କୁଷ୍ଠାଶ୍ରମ ଓ କୁଷ୍ଠ ଚିକିତ୍ସାଳୟକୁ ସଫେଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲୋକସଭା ସାଂସଦ ଭର୍ତ୍ତୃହରି ମହାତାବ, ସମ୍ମାନନିତ ଅତିଥି ଜିଲ୍ଲା ସଭାପତି ତଥା ବାରବାଟୀ -କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଚୌଦ୍ୱାର -କଟକର ବିଧାୟକ ସୌଭିକ୍ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୀବନ ବିନ୍ଦୁ ନଗର ସଂଯୋଜକ ରଞ୍ଜନ କୁମାର ବିଶ୍ୱାଳ, ରାଜ୍ୟ ପରିଷଦ ସଦସ୍ୟ ପ୍ରଦୀପ୍ତ କିଶୋର ଖୁଣ୍ଟିଆ, କଟକ ମହିଳା ଜୋନ ସଭାପତି ଶୁଭଦ୍ରା ଦାସ, ଜିଲ୍ଲା କମିଟିର ପ୍ରଶାନ୍ତ ନାୟକ, ତ୍ରିଲୋଚନ ପଣ୍ଡା, ଶିବେନ୍ଦ୍ର ହାତୀ, ବରିଷ୍ଠ ନେତା ପ୍ରକାଶ ଦାସ, ରାଜ୍ୟ ମହିଳା ସମ୍ପାଦିକା ରଂଜିତା କରଣ, ନଗର ମହିଳା କମିଟିର ସଭାନେତ୍ରୀ ପୂର୍ଣ୍ଣିମା ସିଂ, କାର୍ଯ୍ୟକାରୀ ସଭାନେତ୍ରୀ- ରଂଜିତା କାହାଳୀ, ପୂର୍ବତନ କର୍ପୋରେଟର ଚିରଞ୍ଜୟ ସାହୁ, ଜିଲ୍ଲା ଯୁବ ସଭାପତି ସ୍ମୃତି ରଞ୍ଜନ ନାୟକ, ରାଜ୍ୟ ଯୁବ କମିଟି ମାନବେଶ ରାୟ, ଆଶୋକ ମିଶ୍ର, ପୂର୍ବତନ କର୍ପୋରେଟର ତାପସ ସାମନ୍ତରାୟ, କବିତା ଖଣ୍ଡାଇ, ଜୟଦେବ ଜେନା, ପବିତ୍ର ମୋହନ ଭୁୟାଁ, ପ୍ରଳୟା ବେଉରା ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *