ଚୌଦ୍ୱାର-କଟକ ଉନ୍ନୟନ ପରିଷଦ ପକ୍ଷରୁ ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସଙ୍କୁ ସମ୍ବର୍ଦ୍ଧନା

ଚୌଦ୍ୱାର – କଟକ ଉନ୍ନୟନ ପରିଷଦ ପକ୍ଷରୁ ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସଙ୍କୁ ସମ୍ବର୍ଦ୍ଧନା


ଚୌଦ୍ୱାର(ଏନ୍‌.ଏମ୍‌.): ଘୋଡାନାଚ ବିଶାରଦ ଉଚ୍ଛବ ଚରଣ ଦାସ ମହାମହୀମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ପଦ୍ମଶ୍ରୀ ଉପାଧି ପ୍ରାପ୍ତ ହୋଇଥିବାରୁ ଚୌଦ୍ୱାର – କଟକ ଉନୟନ୍ନ ପରିଷଦ ପକ୍ଷରୁ ତାଙ୍କୁ ଚୌଦ୍ୱାର ଟାଉନ ହଲ ଠାରେ ସମ୍ବର୍ଦ୍ଧିତ କରାଯାଇଛି । ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଚୌଦ୍ୱାରବାସୀଙ୍କ ପକ୍ଷରୁ ଚୌଦ୍ୱାର ବରିଷ୍ଠ ନାଗରିକ ସଂଘ, ସତ୍ୟ ନାରାୟଣ ପାଲା ସମିତି, ବିରାଟେଶ୍ୱର ପୂଜା କମିଟି, ଲେବର ଟେନାମେଣ୍ଟ ଉନୟନ୍ନ ପରିଷଦ, ଜଗନ୍ନାଥ ମହାପ୍ରଭୁ ଚାରିଟେବୁଲ ଟ୍ରଷ୍ଟ, କସ୍ତୁରୀ ମହିଳା ସମିତି, ଚୌଦ୍ୱାର ସାହିତ୍ୟ ସଂସଦ,୧୨ନମ୍ବର ୱାର୍ଡ ଉନ୍ନୟନ ପରିଷଦ, ୟୁଥ୍ ଫର୍ ସେବା, ଉଦ୍ଧାର ଫାଉଣ୍ଡେସନ, ଓ.ଟି.ଏମ୍ ହାଇ ସ୍କୁଲର ପୁରାତନ ଛାତ୍ର ସଂସଦ, କ୍ୟାଚ ଚାରିଟେବୁଲ ଟ୍ରଷ୍ଟ ଏବଂ ପାଞ୍ଚ ଗୋଟି ପଞ୍ଚାୟତବାସୀଙ୍କ ସହିତ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ, ହିନ୍ଦ ସେବକ ସଂଘ ସଭାପତି ଦାମୋଦର ସାହୁ, ଟାଙ୍ଗୀ -ଚୌଦ୍ୱାର ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଜାନକୀ ପରିଡା, ଚୌଦ୍ୱାର ପୌର ପରିଷଦର ପୂର୍ବତନ ଉପାଧ୍ୟକ୍ଷ ଅଜୟ ବେହେରା, ମାନସୀ ସ୍ୱର୍ଣ୍ଣ ପ୍ରଭା ସାମଲ, ଚୌଦ୍ୱାର ନଗର ସଭାପତି ବିଷ୍ଣୁ ଚରଣ ପରିଡା, ଯୁବ ସଭାପତି ଅର୍ଜୁନ ପଣ୍ଡା, ଛାତ୍ର ସଭାପତି ଭରତ ସାହୁ, ପୂର୍ବତନ କାଉନସିଲର ଶୁଭେନ୍ଦୁ ସାମଲ, ଦିଲ୍ଲୀପ ସାହୁ, ସୁବ୍ରତ ସାମଲ, ବିଜୟ ମଲ୍ଲିକ,୫ଟି ପଞ୍ଚାୟତ ସରପଞ୍ଚ ରଶ୍ମୀ ରଞ୍ଜନ ପ୍ରଧାନ, ସରୋଜ ପ୍ରଧାନ, ଜୋତ୍ସ୍ନାରାଣୀ ସୁବୁଦ୍ଧିରାୟଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ଆଲୋକ ଦାସ, ଦୀପକ ମଙ୍ଗରାଜ, ବିଶ୍ୱ କଲ୍ୟାଣ ଦାସ, ପ୍ରସାନ୍ତ ଦାସ, ଜୟନ୍ତ ବରାଳ, ଅର୍ଜୁନ ବେହେରା, କିରଣ ରାଉତ, ମନୋରଞ୍ଜନ ସ୍ୱାଇଁ, ଧନେଶ୍ୱର ଜେଠୀ, ନୃସିଂହ ନାୟକ, ରମାକାନ୍ତ ପାଣି, ପ୍ରଶାନ୍ତ ନାୟକ, ପ୍ରଶାନ୍ତ ବରାଳ, ଅଶୋକ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *