ଚୌଦ୍ୱାର-କଟକରେ ବିଜେଡି ନେତ୍ରୀ ରୂପାଲୀ ଲେଙ୍କା ସକ୍ରିୟ

ଚୌଦ୍ୱାର-କଟକରେ ବିଜେଡି ନେତ୍ରୀ ରୂପାଲୀ ଲେଙ୍କା ସକ୍ରିୟ
ଚଷାପଡା ଗ୍ରାମକୁ ସ୍ୱଛ ପାନୀୟଜଳ ଯୋଗାଣ ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର


#କଟକ(ଏନ୍‌.ଏମ୍‌.): ରାଜ୍ୟ ସରକାର ଜନସାଧାରଣଙ୍କ ପିଇବା ପାଣି ନିମନ୍ତେ ସ୍ୱଛପାନୀୟ ଜଳଯୋଗାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଥିବା ସତ୍ତ୍ୱେ ତାହା ସମୂର୍ଣ୍ଣ ଭାବେ ସଫଳ ହୋଇପାରିନାହିଁ । ଏଭଳି ଘଟଣାକୁ ନେଇ ଚୌଦ୍ୱାର-କଟକ ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ଇନ୍ଦ୍ରାଣୀପାଟଣା ପଞ୍ଚାୟତ ସ୍ଥିତ ଚଷାପଡା ଗ୍ରାମର ଗ୍ରାମବାସୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ପାଇଁ ସ୍ୱଛପାନୀୟ ଜଳ ଯୋଗାଣର ବ୍ୟବସ୍ଥା ହୋଇନଥିବା ଯୋଗୁଁ ଗ୍ରାମବାସୀମାନେ ବହୁବାର ଅନେକ ଅସୁବିଧାର ସମ୍ମୁଖୀନ ହେବା ସହ ପାଖରେ ଥିବା ମହନଦୀରୁ ସିଧାସଳଖ ଦୂଷିତପାଣି ନେଇ ପିଇବାପାଣି ରୂପେ ବ୍ୟବହାର କରିବା ସହ ରୋଷେଇ କାମରେ ମଧ୍ୟ ନିୟୋଜିତ କରୁଥିବାର ଦେଖିବାକୁ ମିଳିଛି । ଏହି ଅଞ୍ଚଳକୁ ସ୍ୱଛପାନୀୟ ଜଳ ଯୋଗାଣ ନିମନ୍ତେ ଏକ ପ୍ରକଳ୍ପର କାର୍ଯ୍ୟ ଦୀର୍ଘଦିନ ଧରି ଜାରି ରହିଥିଲେ ମଧ୍ୟ ତାହା ବର୍ତମାନ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇ ପାରିନାହିଁ । ଯାହାଦ୍ୱାରା ଅଞ୍ଚଳବାସୀ ସ୍ୱଛପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହି ଅବସରରେ ଆଗକୁ ଗ୍ରୀଷ୍ମପ୍ରବାହ ଯୋଗୁଁ ଗ୍ରାମବାସୀମାନେ ପାନୀୟ ଜଳ ପାଇଁ ବହୁ ସମସ୍ୟାର ସମ୍ମୁଖିନ ହେବାର ସମ୍ଭାବନାକୁ ଦେଖିବା ସହ ପଞ୍ଚାୟତବାସୀଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ଦାବି ହୋଇଛି । ଚୌଦ୍ୱାର କଟକର ବିଜେଡି ନାରୀନେତ୍ରୀ ରୂପାଲୀ ଲେଙ୍କା ଆଜି କଟକ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିବା ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି । ତେବେ ଜିଲ୍ଲାପାଳ ଏହାର ଯଥାଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ଜିଲ୍ଲାପାଳଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଥିବା ନାରୀନେତ୍ରୀ ଶ୍ରୀମତୀ ଲେଙ୍କା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦେବ ମହଲା, ଅମୟ ଗୌରବ ସାହୁ, ଶ୍ରୀଧର ସାମଲ, ପ୍ରକାଶ ସାମଲ, ନିରୁପମା ସ୍ୱାଇଁ, ସସ୍ମିତା ବେହେରା, ନିରୁପମା ସ୍ୱାଇଁ ଓ ଯୁବନେତା ଲୋକନାଥ ଲେଙ୍କା ପ୍ରମୂଖ ଉପସ୍ଥିତ ଥିଲେ । ସୂଚନା ଥାଉକି ଗତ କିଛିଦିନ ପୁର୍ବରୁ ଚୌଦ୍ୱାର-କଟକ ବିଜେଡି ନାରୀନେତ୍ରୀ ଶ୍ରୀମତୀ ଲେଙ୍କା ଚଷାପଡା ଗ୍ରାମକୁ ଯାଇ ଅଞ୍ଚଳବାସୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସମୟରେ ଅଞ୍ଚଳବାସୀ ପାନୀୟଜଳ ସମସ୍ୟା ସମ୍ପର୍କରେ ଜଣାଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *