News by Smruti Ranjan Tripathy (Cuttack)

ଚୌଦ୍ୱାର ଐତିହାସିକ ରୂପଯାତ୍ରା ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

News by Smruti Ranjan Tripathy (Cuttack)

ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳର ଐତିହାସିକ ରୂପଯାତ୍ରା ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗାନ୍ଧୀଛକ ସ୍ଥିତ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତ ବର୍ଷ ମା’ ଦୁର୍ଗା ଓ ମା’ ଲକ୍ଷ୍ମୀଙ୍କ ସମେତ ଅନ୍ୟ ଦେବଦେବୀଙ୍କ ମୃଣ୍ମୟୀ ମୂର୍ତ୍ତିକୁ ନେଇ ହେଉଥିବା ମେଳଣ ଓ ଭସାଣି ଉତ୍ସବକୁ କିଭଳି ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଚୌଦ୍ୱାର ଥାନା ଭାରପ୍ରାପ୍ତ ଅଧିକାରୀ ବିରଞ୍ଚି ନାରାୟଣ ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଡିସିପି, ଏସିପି ଜୋନ-୧ଙ୍କ ସହ ସମସ୍ତ ପୂଜା କମିଟି କର୍ମକର୍ତ୍ତାମାନ ଏବଂ ସ୍ଥାନୀୟ ଲୋକପ୍ରତିନିଧି ଉପସ୍ଥିତଥିଲେ । ସମ୍ପ୍ରତି କରୋନା ପ୍ରଭାବ ହ୍ରାସ ପାଇଥିବା ଯୋଗୁଁ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଏହି ମେଳଣ ଅନୁଷ୍ଠିତ ହେବ । ସେଥିପାଇଁ ଚୌଦ୍ୱାର ଅଞ୍ଚଳବାସୀଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି । ତେବେ ଅକ୍ଟୋବର ୧୧,୧୨ ଦୁଇ ଦିନ ଧରି ଏହି ମେଳଣ ହେବ ବୋଲି ବୈଠକରୁ ଜଣାପଡ଼ିଛି । ଚଳିତ ବର୍ଷ ୪୩ ଖଣ୍ଡ ମେଢ଼କୁ ନେଇ ଏହି ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଥମ ଦିନ ମେଢ଼ଗୁଡ଼ିକ ନିଜ ନିଜ ଆସ୍ଥାନରୁ ବାହାରି ଯାତ୍ରା ପଡ଼ିଆରେ ପହଞ୍ଚିବେ, ତା’ପର ଦିନ ସମୟ ଏବଂ ନମ୍ୱର୍ ଅନୁଯାଇ ବିରୂପା ନଦୀସ୍ଥିତ ଅସ୍ଥାୟୀ ପୋଖରୀରେ ବିସର୍ଜନ ନିମନ୍ତେ ଶୋଭାଯାତ୍ରାରେ ବାହାରିବେ । ତେବେ ଏହି ଦୁଇ ଦିନରେ କିଭଳି ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବ ସେ ନେଇ କମିଶନରେଟ୍ ପୁଲିସ୍ ପକ୍ଷରୁ କିଛି ନିୟମ ଲାଗୁ କରାଯାଇଛି । ନିୟମାନୁଯାୟୀ ଭସାଣୀର ୭ଦିନ ପୂର୍ବରୁ ଲାଇସେନ୍ସ୍ସ ନିମନ୍ତେ ଆବେଦନ କରିବା, ୬ଟି ସ୍ପିକର ସହ ୬୫ ଡେସିମିଲ କ୍ଷମତାରେ ସାଉଣ୍ଡ ବଜାଇବା, ଡିଜେ ଉପରେ ରୋକ ଲଗାଇବା, ରାତି ୧୨ଟା ସୁଦ୍ଧା ସମସ୍ତ ମେଢ଼ ବିସର୍ଜନ ହେବା, ବାଣ ନଫୁଟାଇବା, ଅଶ୍ଳିଳ ମୂର୍ତ୍ତି ଓ ନାଚ ଗୀତ ପରିବେଷଣ ଉପରେ ନଜର ରଖିବା, ଯାତ୍ରା କମିଟି ଓ ମେଢ଼ କମିଟି ତରୁଫରୁ ନିୟୋଜିତ ସମସ୍ତ ଭଲିଣ୍ଟର ମାନଙ୍କ ସହଯୋଗ କାମନା କରାଯାଇଥିଲା । ପୁନଶ୍ଚ ବେଆଇନ ଚାନ୍ଦା ଆଦାୟ ଓ ନିଶାମୁକ୍ତ ଯାତ୍ରା ହେବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ନିବେଦନ କରାଯାଇଛି । ତେବେ ଚୌଦ୍ୱାର ପୌରପାଳିକା ପକ୍ଷରୁ ଲାଇଟ୍‌, ଡ୍ରେନ୍‌, ପରିମଳ, ବିଶୁଦ୍ଧ ପାନୀୟ ଜଳ ଓ ଯାତ୍ରା ପଡିଆରେ ଅସ୍ଥାୟୀ ଶୌଚାଳୟ ଲାଗି ପ୍ରସ୍ତାବ ଦିଆଯାଇଥିଲା । ତେବେ ହେଇ କାର୍ଯ୍ୟକର୍ମରେ କମିଶନରେଟ୍ ପୁଲିସ ପକ୍ଷରୁ ଆଡିସନାଲ ଡିସିପି ଅନିଲ ମିଶ୍ର, ଜୋନ-୧ଏସିପି ଅରୁଣ କୁମାର ସ୍ୱାଇଁ, ଚୌଦ୍ୱାର ମୁନିସିପାଲଟି ଚେୟାରମ୍ୟାନ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଭାଇସ ଚେୟାରମ୍ୟାନ୍ ଶୁଭେନ୍ଦୁ ସାମଲ, ଚୌଦ୍ୱାର ଯାତ୍ରା କମିଟିର ସଭାପତି ସୁବୋଧ ନାୟକ, ସମ୍ପାଦକ ନାରାୟଣ ସ୍ୱାଇଁଙ୍କ ସମେତ ସମସ୍ତ ମେଢ଼ କମଟିର ସଭାପତି, ସମ୍ପାଦକ ତଥା ଚୌଦ୍ୱାର ପୌରପାଲିକାର ସମସ୍ତ ପାରିଷଦ ଗଣ ଓ ବୁଦ୍ଧିଜୀବୀ, ବଜାର କମିଟି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

By admin

Leave a Reply

Your email address will not be published. Required fields are marked *