ଚୌଦ୍ୱାର ଆମ୍ବିସନ କ୍ଲବରେ ମେଗା ରକ୍ତଦାନ ଶିବିର

ଚୌଦ୍ୱାର ଆମ୍ବିସନ କ୍ଲବରେ ମେଗା ରକ୍ତଦାନ ଶିବିର


ଚୌଦ୍ୱାର (ଏନ୍‌.ଏମ୍‌.): ଚୌଦ୍ୱାର ସ୍ଥିତ ମା’ ବିରଜା କ୍ରିକେଟ କ୍ଲବ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ସ୍ଥାନୀୟ ଓଟିଏମ କଲୋନୀସ୍ଥିତ ଆମ୍ବିସନ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରେଡକ୍ରସର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଏହି ରକ୍ତଦାନ ଶିବିର ପରିଚାଳନା କରାଯାଇଥିଲା। ଏହି ଶିବିରରେ ମୋଟ ୫୫ୟୁନିଟ ରକ୍ତ ସଂଗ୍ରହ ହୋଇଛି। ରକ୍ତଦାନ ଶିବିରକୁ କ୍ରିକେଟ କ୍ଲବର କର୍ମକର୍ତ୍ତାଙ୍କ ସହିତ ଟେଟ୍ରାହେଡନ ଏଜୁକେସନାଲ ଟ୍ରଷ୍ଟ ସହଯୋଗ କରିଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ଟେଟ୍ରାହେଡେନ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ମ୍ୟାନେଜିଂ ଡାଇରେକ୍ଟର ତ୍ରିଦେବ ବେହେରା, ୟୁଏମଏସଏଲର ମହାପ୍ରବନ୍ଧକ ଭାଗବତ ସାହୁ, ଆମ୍ବିସନ କ୍ଲବ ସଭାପତି ଅମିତ କୁମାର ବେଉରା, ସମ୍ପାଦକ ବିଶ୍ୱଜିତ ଭଞ୍ଜ, ସମାଜସେବୀ କ୍ଷୀରୋଦ ରାଉତ ପ୍ରମୁଖ ଯୋଗଦେଇ ସମାଜରେ ରକ୍ତର ଅଭାବକୁ ଦୂର କରି ଗୋଟିଏ ଜୀବନ ବଞ୍ଚାଇବା ଭଳି ମହତ କାମ କରିବାକୁ ଆହ୍ୱାନ ଦେଇଥିଲେ। ବୁନ୍ଦାଏ ରକ୍ତ ହୁଏତ କାହାର ଜୀବନ ବଞ୍ଚାଇଦେବ। ତେଣୁ ସମସ୍ତ ଯୁବପୀଡ଼ି ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ତଥା ରାଜନୈତିକ ଦଳରୁ ଉର୍ଦ୍ଧ୍ୱକୁ ଯାଇ ଏହି ରକ୍ତଦାନ କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ସେହିଭଳି ଟେଟ୍ରାହେଡନର ନିର୍ଦ୍ଦେଶକ ଶ୍ରୀ ବେହେରା ଆଜିର ଦିନରେ ରକ୍ତର ଅଭାବ ଦୂରକରିବା ନିମନ୍ତେ କାର୍ଯ୍ୟକରିବା ପାଇଁ ଏହି ଅନୁଷ୍ଠାନ ସଂକଳ୍ପବଦ୍ଧ ବୋଲି ନିଜ ଅଭିବ୍ୟକ୍ତିରେ ପ୍ରକାଶ କରିଥିଲେ। କଟକ ଜିଲ୍ଲା ରେଡକ୍ରସ କନଭେୟର ତଥା ଅଧ୍ୟାପିକା ସସ୍ମିତା ପଟ୍ଟନାୟକ, ଡକ୍ଟର ଅବିନାଶ ଦାସ, ସରୋଜ ମହାନ୍ତି, ଗୋବିନ୍ଦ ମହନ୍ତ, ପିତାମ୍ବର ଜେନା ପ୍ରମୁଖ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ରକ୍ତ ସଂଗ୍ରହ କରିଥିଲେ। କାର୍ଯ୍ୟକ୍ରମକୁ ମା’ ବିରଜା କ୍ରିକେଟ କ୍ଲବର କର୍ମକର୍ତ୍ତା ଦେବାଶିଷ ରାଉତ, ରୋହିତ ସ୍ୱାଇଁ, ଭାଗ୍ୟପ୍ରସାଦ ବାରିକ, ସାର୍ଥକ ମହାନ୍ତି, ବାସୁଦେବ ବାରିକ, ସୁଧିର ରାଓ, ସ୍ମୃତିରଞ୍ଜନ ପରିଡ଼ା, ସୋମନାଥ ବେହେରା, ଆଶିଷ ରାଉତ, ଆଶିଷ ବରାଳ, ପ୍ରଦୀପ ଦାସ, ବାସୁଦେବ ବାରିକ, ସତ୍ୟ ନାୟକ ପ୍ରମୁଖ ପରିଚାଳନା କରିଥିଲେ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *